Below header

ସାରା ଦେଶ ଲକଡାଉନ: ଭିଡିଓ କନଫରେନ୍ସିଂ ଜରିଆରେ ବାହା ହେଲେ ବର କନ୍ୟା, ସାମ୍ନାକୁ ଆସିଲା ଭାଇରଲ video

କରୋନା ଭାଇରସ ଯୋଗୁ ସାରା ଦେଶ ଲକଡାଉନ ଥିବାରୁ ଏକ ନୂଆ ଯୋଡିଙ୍କ ବିବାହ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଛି । ବରପାତ୍ର ଡାନିସ ରାଜା ୟୁପିର ସାହିବାବାଦରେ ଥିବା ବେଳେ କନ୍ୟା ସାଦିଆ ନସରିନ ଥିଲେ ପାଟଣାରେ । କାଜି ପ୍ରଥମେ କନ୍ୟାଠାରୁ ଡାନିସଙ୍କ ସହ ବିବାହର ଅନୁମତି ଆଣିଥିଲେ। ଅନୁମତି ମିଳିବା ପରେ କାଜି ଡାନିସଙ୍କ ବିବାହ ସମ୍ପନ୍ନ କରିଥିଲେ।

ଏହି ବିବାହର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି, କନ୍ୟାର ଘର ଲୋକ ସ୍କ୍ରିନ ସାମ୍ନାରେ ଜମା ହୋଇଛନ୍ତି ଏବଂ ସେପଟେ ବର ବସିଛି । କାଜି ପଚାରିବା ପରେ ଦୁଇଜଣ ନିକାହ କବୁଲ କରିଥିଲେ । ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.