ଦେଶ ବିଦେଶ

ଅମରନାଥ ଯାତ୍ରା : ୧୭ ଦିନରେ ମଲେଣି ୩୦ ଜଣ ଶ୍ରଦ୍ଧାଳୁ, ଯାତ୍ରା ପୂର୍ବରୁ ଏସବୁ କରିବା ଜରୁରୀ

ଅମରନାଥ ଯାତ୍ରା ଶ୍ରଦ୍ଧାଳୁଙ୍କ ଜୀବନ ନେଉଛି । ଏପର୍ଯ୍ୟନ୍ତ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଗଲାଣି । ଅମରନାଥ ଯାତ୍ରା ମାର୍ଗରେ ୫୫ ସ୍ଥାନରେ ଅକ୍ସିଜେନ ବୁଥ, ମେଡିକାଲ ସେଣ୍ଟର ଏବଂ ଏମରଜେନ୍ସୀ ସେଣ୍ଟର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରତିଦିନ କୌଣସି ନା କୌଣସି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେଉଛି । ଏପର୍ଯ୍ୟନ୍ତ ୧୭ ଦିନ ଯାତ୍ରାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ମାର୍ଗରେ ଯାତ୍ରା କରିବା ବହୁତ କଠିନ । ତାପାମତ୍ରା ହ୍ରାସ ଏବଂ ପାହାଡିଆ ଦୁର୍ଗମ ରାସ୍ତା ହୋଇଥିବା କାରଣରୁ ଅକ୍ସିଜେନର ଅଭାବ ଦେଖାଦିଏ । ଯାହା କାରଣରୁ ଶ୍ରଦ୍ଧାଳୁଙ୍କର ହାର୍ଟ ଆଟାକର ସମ୍ଭାବନା ଅଧିକ ରହିଛି ।

ଅମରନାଥ ଯାତ୍ରା ଦୁଇଟି ରାସ୍ତା ଦେଇ ହେଉଛି । ବାଲଟାଲ ଏବଂ ପହଲଗାମ । ଦୁଇଟି ଯାକ ମାର୍ଗ ବହୁତ ଦର୍ଗମ । ଦୁଇଟି ଯାକ ବାଟରେ ସ୍ବାସ୍ଥ୍ୟ ବିଭାଗ ଅନେକ ପ୍ରକାର ସୁବିଧା କରିଛି । କିନ୍ତୁ ପଞ୍ଜତରଣୀ, ଶେଷନାଗ ଏବଂ ଭବନ ଏପରି ୩ଟି ସ୍ଥାନ, ଯେଉଁଠି ଶ୍ରଦ୍ଧାଳୁଙ୍କୁ ସବୁଠୁ ଅଧିକ ସମସ୍ୟା ଉପୁଜୁଛି ।

ଅଧିକାଂଶ ଲୋକେ ହେଲିକପ୍ଟରରେ ଆସି ପଦଯାତ୍ରା କରୁଛନ୍ତି । ପାଣିପାଗ ମଧ୍ୟ ଖରାପ ରହୁଛି । ତେଣୁ ପଞ୍ଜତରଣୀ ପାଖରୁ ଚାଲୁଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅନେକ କଷ୍ଟ ଅନୁଭୂତ ହେଉଛି । ଯାହା ହୃଦଘାତର କାରଣ ସାଜୁଛି ବୋଲି ଡାକ୍ତର କହୁଛନ୍ତି ।

ଯାତ୍ରା କରିବା ପୂର୍ବରୁ ଏମିତି କରନ୍ତୁ ପ୍ରସ୍ତୁତି :

ଅମରନାଥ ଯାତ୍ରା କରିବା ୧୫ ଦିନ ପୂର୍ବରୁ ଶ୍ରଦ୍ଧାଳୁ ସକାଳ ଓ ସନ୍ଧ୍ୟାରେ ବ୍ୟାୟାମ କରନ୍ତୁ ।

ଯାତ୍ରା ଯିବା ପୂର୍ବରୁ ଇସିଜି, ବ୍ଲଡ ପ୍ରେସର, ମଧୁମେହ ଇତ୍ୟାଦି ଯାଞ୍ଚ କରନ୍ତୁ ।

ଯାତ୍ରା କରିବା ବେଳେ ଗରମ କପଡା ସାଥିରେ ରଖନ୍ତୁ ।

ଫାଷ୍ଟଫୁଡ ଠାରୁ ଦୂରେଇ ରୁହନ୍ତୁ । ପାଖରେ ବାଦାମ ଓ କାଜୁ ରଖନ୍ତୁ ।

ଯାତ୍ରା ରହି ରହି ପୂରଣ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

ଆସ୍ଥମା, ମଧୁମେହ, ବ୍ଲପ୍ରେସର, ହାର୍ଟ ରୋଗୀ ଯାତ୍ରା ବିଲକୁଲ କରନ୍ତୁ ନାହିଁ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

8 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

9 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

10 hours ago