କୋଟି କୋଟି ଦାନ କରିବି ଟ୍ରୋଲ ହେଲେ ଆମାଜନ ମାଲିକ ଜେଫ ବେଯୋଶ, ଜାଣନ୍ତୁ ଏହା ପଛର କାରଣ

କିଛି ଦିନ ହେବ ଇ- କମର୍ସ ସଂସ୍ଥା ଆମାଜନର ମାଲିକ ଜେଫ ବେଯୋଶ ଚର୍ଚ୍ଚାର ପରିସରକୁ ଅଛନ୍ତି । କିଛି ଦିନ ତଳେ ଯେଉଁ ମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇବାକୁ ପଛାଉ ନଥିଲେ ଏବେ କିନ୍ତୁ ସେହି ମାନେ ହିଁ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ନିକଟରେ ହିଁ ବେଯୋଶ ବାସହୀନ ମାନଙ୍କୁ ଆଶ୍ରୟ ଦେବା ପାଇଁ ୭୦୬ କୋଟି ଟଙ୍କାର ସମ୍ପତ୍ତି ଦାନ କରିଥିବା ଭଳି ଖବର ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ଆପଣ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହେଉଥିବେ ବେଯୋଶ ଏମିତି ଏକ ସାମାଜିକ କାମ କରିଥିଲେ ମଧ୍ୟ କାହିଁକି ଟ୍ରୋଲ ହେଉଛନ୍ତି । ତେବେ ଆସନ୍ତୁ ଜାଣିବେ ପୂରା ଘଟଣା । ଫୋର୍ବସ ନାମକ ଏକ ବିଜିନେସ ମାଗାଜିନ ନିଜ ପତ୍ରିକାରେ ପ୍ରକାଶ କରିଥିଲେ କି ବେଯୋଶ ୯୮.୫ ମିଲିୟନ ଡଲାର ଯାହାକି ଭାରତୀୟ ମୁଦ୍ରା ଅନୁସାରେ ୭୦୬ କୋଟି ଟଙ୍କା ହେବ ଆମେରିକାର ୨୩ଟି ରାଜ୍ୟର ୩୨ ସଂସ୍ଥାକୁ ଦାନ କରିଛନ୍ତି ବୋଲି ।

ଏହା ସହ ପଢନ୍ତୁ; ଲାଇଭ୍‌ ରିପୋର୍ଟିଙ୍ଗ୍‌ ସମୟରେ ଘୁଷୁରୀ ପଡିଗଲା ରିପୋର୍ଟରଙ୍କ ପଛରେ, ଜୀବନ ବଞ୍ଚାଇବା ପାଇଁ କେମିତି ଦୌଡିଲେ ଦେଖନ୍ତୁ

ସୂଚନା ଅନୁଯାୟୀ ଆମେରିକାର ଏହି ସଂସ୍ଥା ଗୁଡିକ ବିଶେଷ ଭାବେ ଗରିବ ମାନଙ୍କ ପାଇଁ ବିଶେଷ ଭାବେ କାର୍ଯ୍ୟ କରିଥାନ୍ତି । କିନ୍ତୁ ବ୍ରିଟେନ ନିବାସୀ ଜେରମୀ କୋରବୀନ ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି ବେଯୋଶ ଯେତିକି ପରିମାଣର ଅର୍ଥ ରାଶି ଦାନ ସ୍ୱରୂପ ଦେଇଛନ୍ତି ତାହା ତାଙ୍କ ମୋଟ ଆୟର ୦.୦୯ ପ୍ରତିଶତ ହିଁ ହେବ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି କି ବେଯୋଶ ପ୍ରତି ୨୪ ସେକେଣ୍ଡରେ ୪୩ ଲକ୍ଷ ଟଙ୍କା ଆୟ କରିଥାନ୍ତି । ଜେରାମିଙ୍କ ଏହି ମେସେଜ ଲୋକଲୋଚନଙ୍କୁ ଆସିବାର ଠିକ ପରେ ପରେ ହିଁ ଲୋକେ ବେଯୋଶଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଆଉ କହିଥିଲେ କି ସେ ପ୍ରତି ୨୪ ସେକେଣ୍ଡରେ ଯେତିକି ଅର୍ଥ ରୋଜଗାର କରୁଛନ୍ତି ତାହା ସାହାଯ୍ୟରେ କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଯାଇପାରିବ । ଏକ ମିଡ଼ିଆ ରିପୋର୍ଟ ମୁତାବକ ୨୦୧୮ ମସିହାରେ ଆମାଜନ ‘ଆମେରିକା ସଂଘୀୟ ଆୟକର ସଂସ୍ଥା’କୁ ଗୋଟିଏ ବି ଟଙ୍କା ଦେଇନାହିଁ ।

KNews Bureau

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

2 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

11 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

27 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

42 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

55 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

55 mins ago