ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେବି ସସ୍ପେନ୍ସ ଜାରି ରହିଛି । କାରଣ ସେ କ୍ରିକେଟ୍ରୁ ଅବସର ନେଇଗଲେ କି ନାହିଁ ସେ କଥା ସ୍ପଷ୍ଟ ହେଉନାହିଁ । ତେଣୁ ଟିକିଏ କଣ ଘଟିଲେ ଗଣମାଧ୍ୟମରେ ଧୋନିଙ୍କ ଚର୍ଚ୍ଚା ଆସି ଯାଉଛି । ସେପଟେ ଧୋନିଙ୍କୁ ନେଇ ସିନା ଅଧିନାୟକ ବିରାଟ କୋହଲି କିମ୍ବା ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କିଛି କହୁଛନ୍ତି ହେଲେ ଚୁପ୍ ରହୁଛନ୍ତି ମାହି ଭାଇ । ଏବେ କିନ୍ତୁ ଶେଷରେ ମୁହଁ ଖୋଲିଛନ୍ତି ଏମ୍ଏସ୍ଡି । ହେଲେ ତାଙ୍କର ଉତ୍ତର କଣ ଜାଣନ୍ତି ? ଧୋନି କହିଛନ୍ତି ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ମୋତେ ଏ ବିଷୟରେ କିଛି ପଚାର ନାହିଁ ।
ଗତକାଲି ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ବେଳେ ଧୋନିଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କଲେ ଟିମ୍ ଇଣ୍ଡିଆକୁ କେବେ ଫେରିବେ ? ସେ କହିଲେ ଆଗାମୀ ଜାନୁଆରୀ ମାସ ପର୍ଯ୍ୟନ୍ତ ମୋର ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ସମ୍ପର୍କରେ କିଛି ବି ପଚାର ନାହିଁ । ଧୋନି ଶେଷଥର ପାଇଁ ଗତ ଇଂଲଣ୍ଡ ବିଶ୍ୱକପ୍ ସେମିଫାଇନାଲ୍ରେ ଖେଳିଥିଲେ । ତା ପରଠାରୁ ଖାଲି ସସ୍ପେନ୍ସ ଆଉ ସସ୍ପେନ୍ସ । କାରଣ ଗୋଟିଏ ପରେ ଗୋଟିଏ ସିରିଜ୍ରୁ ସେ ଖାଲି ଓହରି ଗଲେ । ହେଲେ ସ୍ପଷ୍ଟ କଲେ ନାହିଁ କ୍ରିକେଟ୍ରୁ ଅବସର ନେବା କଥା ।
ଏପଟେ ତାଙ୍କର ଉତ୍ତରାଧିକାରୀ ଭାବେ ଉଭା ହୋଇଥିବା ଋଷଭ ପନ୍ତ ଫ୍ଲପ୍ ହେବା ଯୋଗୁଁ କ୍ରିକେଟ୍ ପ୍ରେମୀ ଚାହିଁ ବସିଛନ୍ତି ଧୋନିଙ୍କ ଫେରିବା ବାଟକୁ । ତେବେ ରବି ଶାନ୍ତ୍ରୀଙ୍କ କହିବା କଥା ଆଗାମୀ ଆଇପିଏଲ୍ ପର୍ଯ୍ୟନ୍ତ ଅପେକ୍ଷା କର, ତା ପରେ ଜଣାପଡ଼ିବ ଧୋନି ଫେରିବେ ନା ନାହିଁ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…