ଅନଲାଇନରୁ ନିଜ ପୁଅପାଇଁ ଅର୍ଡର କରିଥିଲେ ଭିଡିଓଗେମ କିନ୍ତୁ ବଦଳରେ ଯାହା ଆସିଲା ତାକୁ ଦେଖି ଉଡ଼ିଗଲା ହୋସ

ନିକଟରେ ଇଂଲଣ୍ଡରେ ଏକ ଅଜବ ଘଟଣା ଦେଖିବାକୁ ମିଳୁଛି । ଏଠାରେ ଲୋକମାନେ ଅନଲାଇନ କିଛି ଅର୍ଡର କଲେ ତାଙ୍କୁ ଡେ଼ଲିଭର ହେଉଛି ଅନ୍ୟ ଏକ ଜିନିଷ । ଏପରିକି ଭୁଲରେ କାହାକୁ କଣ୍ଡୋମ, କାହାକୁ ଏୟାର ଫ୍ରେସନର ଓ କାହାକୁ ବେଡ଼ସିଟ ମଧ୍ୟ ଡେ଼ଲିଭର ହୋଇଯାଉଛି ।

ସୂଚନା ଅନୁଯାୟୀ ଜେକ ଲରେନ୍ସ ନାମକ ଜଣେ ବ୍ୟକ୍ତି ନିଜ ପୁଅ ପାଇଁ ଅନଲାଇନରୁ ଭିଡିଓ ଗେମ ଅର୍ଡର କରିଥିଲେ କିନ୍ତୁ ବଦଳରେ ତାଙ୍କୁ ଏକ କଣ୍ଡୋମ ଡେ଼ଲିଭର ହୋଇଛି । ଏପରି କେବଳ ତାଙ୍କ ସହ ନୁହେଁ ବରଂ ଅନେକ ଲୋକଙ୍କ ସହ ଏପରି ହୋଇଛି ବୋଲି ସେହି ଅଂଚଳର ଲୋକେ ଅଭିଯୋଗ କରିଛନ୍ତି । ଭିକି ନାମକ ଜଣେ ବ୍ୟକ୍ତି ଗେମ କନସୋଲ ଅର୍ଡର କରିଥିଲେ କିନ୍ତୁ ବଦଳରେ ତାଙ୍କୁ ଏକ ବେଡ଼ସିଟ ଡେ଼ଲିଭର ହୋଇଛି । ଏହାସହିତ ଅନ୍ୟଜଣେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ ସେ ଆମାଜନରେ ଅଫର ଦେଖି ଏକ ସ୍ବୀଚ ଅର୍ଡର କରିଥିଲେ ଯାହାର ଦାମ ଥିଲା ୩୦୦ ୟୁରୋ କିନ୍ତୁ ବଦଳରେ ତାଙ୍କ ପାଖକୁ ଏକ ଲ୍ୟାପଟପ ଫ୍ୟାନର କୁଲର ଆସିଛି ଯାହାର ଦାମ ହେଉଛି ମାତ୍ର ୧୦ ୟୁରୋ ।

ତେବେ ଏହିସବୁ ଘଟଣାକୁ ନେଇ ଆମାଜନ କ୍ଷମାପ୍ରାର୍ଥନା ମଧ୍ୟ କରିଛି । ତାର କହିବା ଅନୁଯାୟୀ କୌଣସି ଟେକ୍ନିକାଲ ପ୍ରୋବ୍ଲେମ ଯୋଗୁଁ ଏହିସବୁ ଗଡବଡ ହୋଇଛି ଓ ଅତିଶୀଘ୍ର ସେ ଏହାର ଭରଣା ମଧ୍ୟ କରିବ ।

KNews Bureau

Recent Posts

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

28 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

39 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

44 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

3 hours ago