କେବଳ ୨୭ ମିନିଟ୍ ପାଇଁ ହୋଇଥିଲା ମୃତ୍ୟୁ, ଆଖି ଖୋଲିବା ପରେ ଲେଖିଲେ ରହସ୍ୟମୟ ଶବ୍ଦ

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ଘଟଣା । ଆମେରିକାର ଜଣେ ମହିଳା ମାତ୍ର ୨୭ ମିନିଟ୍ ପାଇଁ କରିଥିଲେ ମୃତ୍ୟୁବରଣ । ଅର୍ଥାତ୍ ମୃତ୍ୟୁର ମାତ୍ର ୨୭ ମିନିଟ୍ ପରେ ଜୀବିତ ହୋଇଉଠିଥିଲେ । ଆଉ ତାପରେ ନୋଟବୁକରେ ଲେଖିଥିଲେ କିଛି ରହସ୍ୟମୟ ଶବ୍ଦ ଯାହାକୁ ପଢିଥିବା ନଥିଲା ସହଜ । ସମ୍ପୂର୍ଣ୍ଣ ଘଟଣାକୁ ନିଜ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ।

କାଲିଫର୍ଣ୍ଣିଆର ମେଡି ଜନସନ୍ ନାମକ ଜଣେ ମହିଳା ନିଜର ଏହି ପୋଷ୍ଟରେ ଲେଖିଛନ୍ତି ତାଙ୍କର ଜଣେ ସମ୍ପର୍କୀୟାଙ୍କର ହଠାତ୍ ହୃଦଘାତ ହୋଇଥିଲା । ହସ୍ପିଟାଲରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶରୀରରେ ନଳୀ ଲାଗିଥିଲା । ହେଲେ ୨୭ ମିନିଟ ପରେ ପୁନର୍ଜୀବନ ପାଇଥିଲେ । ଆଉ ଯେତେବେଳେ ପୁନର୍ଜୀବିତ ହେଲେ ସେତେବେଳେ ପ୍ରଥମେ ପେନ୍ ମାଗିଲେ ଏବଂ ଭାଇଙ୍କ ନୋଟବୁକରେ କିଛି ରହସ୍ୟମୟ ଶବ୍ଦ ଲେଖିଥିଲେ । ଖୁବ୍ ଧ୍ୟାନରେ ଦେଖିବା ପରେ ଜଣା ପଡିଲା ଏହା ଥିଲା – ଇଟସ ରିୟଲ୍ । ଏହାର ଅର୍ଥ ପଚରା ଯିବାରୁ ଲୁହ ଭରା ଆଖିରେ ସ୍ବର୍ଗ ଆଡକୁ ଇଶାରା କରିଥିଲେ । ଅନ୍ୟପଟେ ମେଡି ନିଜ ଆଣ୍ଟିକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ନିଜ ହାତରେ ସେହି ଶବ୍ଦର ଟାଟୁ ବନାଇଛନ୍ତି ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

11 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

21 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

32 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago