Below header

କେବଳ ୨୭ ମିନିଟ୍ ପାଇଁ ହୋଇଥିଲା ମୃତ୍ୟୁ, ଆଖି ଖୋଲିବା ପରେ ଲେଖିଲେ ରହସ୍ୟମୟ ଶବ୍ଦ

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହି ଘଟଣା । ଆମେରିକାର ଜଣେ ମହିଳା ମାତ୍ର ୨୭ ମିନିଟ୍ ପାଇଁ କରିଥିଲେ ମୃତ୍ୟୁବରଣ । ଅର୍ଥାତ୍ ମୃତ୍ୟୁର ମାତ୍ର ୨୭ ମିନିଟ୍ ପରେ ଜୀବିତ ହୋଇଉଠିଥିଲେ । ଆଉ ତାପରେ ନୋଟବୁକରେ ଲେଖିଥିଲେ କିଛି ରହସ୍ୟମୟ ଶବ୍ଦ ଯାହାକୁ ପଢିଥିବା ନଥିଲା ସହଜ । ସମ୍ପୂର୍ଣ୍ଣ ଘଟଣାକୁ ନିଜ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ ଉକ୍ତ ମହିଳାଙ୍କ ଜଣେ ସମ୍ପର୍କୀୟ ।

tattooକାଲିଫର୍ଣ୍ଣିଆର ମେଡି ଜନସନ୍ ନାମକ ଜଣେ ମହିଳା ନିଜର ଏହି ପୋଷ୍ଟରେ ଲେଖିଛନ୍ତି ତାଙ୍କର ଜଣେ ସମ୍ପର୍କୀୟାଙ୍କର ହଠାତ୍ ହୃଦଘାତ ହୋଇଥିଲା । ହସ୍ପିଟାଲରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଶରୀରରେ ନଳୀ ଲାଗିଥିଲା । ହେଲେ ୨୭ ମିନିଟ ପରେ ପୁନର୍ଜୀବନ ପାଇଥିଲେ । ଆଉ ଯେତେବେଳେ ପୁନର୍ଜୀବିତ ହେଲେ ସେତେବେଳେ ପ୍ରଥମେ ପେନ୍ ମାଗିଲେ ଏବଂ ଭାଇଙ୍କ ନୋଟବୁକରେ କିଛି ରହସ୍ୟମୟ ଶବ୍ଦ ଲେଖିଥିଲେ । ଖୁବ୍ ଧ୍ୟାନରେ ଦେଖିବା ପରେ ଜଣା ପଡିଲା ଏହା ଥିଲା – ଇଟସ ରିୟଲ୍ । ଏହାର ଅର୍ଥ ପଚରା ଯିବାରୁ ଲୁହ ଭରା ଆଖିରେ ସ୍ବର୍ଗ ଆଡକୁ ଇଶାରା କରିଥିଲେ । ଅନ୍ୟପଟେ ମେଡି ନିଜ ଆଣ୍ଟିକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ନିଜ ହାତରେ ସେହି ଶବ୍ଦର ଟାଟୁ ବନାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.