Below header

ବାଂଶପାଳ ବିଂଝବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ବାଂଶପାଳ : ତେଲକୋଇ ଥାନ ଅଧିନସ୍ଥ ବିଂଝବାହାଲ ଗ୍ରାମରେ ଏକ ଆମ୍ବଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ମୀନକେତନ ଦାନୀ ବୋଲି ଜଣା ପଡିଛି। ସୂଚନା ଅନୁସାରେ ସ୍ଥାନୀୟ ଲୋକେ ସକାଳୁ ମୀନକେତନଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ସହ ନିକଟରେ ପଡିଥିବା ବ୍ୟାଗ ଓ ଚପଲ ଉଦ୍ଧାର କରିଛି। ତେବେ ମୀନକେତନଙ୍କ ଝିଅ ଓ ସ୍ତ୍ରୀ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି । ତାଙ୍କର କେବଳ ଗୋଟିଏ ୧୬ ବର୍ଷର ପୁଅ ରହିଛି। ମୀନକେତନଙ୍କ ଏହା   ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ। ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.