Below header

ପାଣ୍ଡ୍ୟାଙ୍କ ଖେଳରେ ଖୁସ୍ ନାହାଁନ୍ତି ଏହି ପାକ୍ କ୍ରିକେଟର୍, BCCIକୁ କହିଲେ ମତେ ଦୁଇ ସପ୍ତାହ ପାଇଁ ହାର୍ଦ୍ଦିକଙ୍କୁ ଦେଇ ଦିଅ ନମ୍ବର ୱାନ୍ କରିଦେବି

ଦୁଇ ସପ୍ତାହ ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ମାଗିଲେ ପାକର ପୂର୍ବତନ କ୍ରିକେଟର୍ । ଏନେଇ ଏକ ଭିଡିଓ ଜାରି କରି ବିସିସିଆଇକୁ କହିଛନ୍ତି ଅବଦୁଲ୍ ରଜାକ୍ । ଗତକାଲି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ପ୍ରକାର ଭଲ ପ୍ରଦର୍ଶନ କରିଥିଲେ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନରେ କରିଥିଲେ । ଏହା ପରେ ବୋଲିଂ କରି ସୁନୀଲ୍ ଏମ୍ବ୍ରିସଙ୍କ ୱିକେଟ୍ ନେଇଥିଲେ । ଭାରତକୁ ଜିତାଇବାରେ ପାଣ୍ଡ୍ୟାଙ୍କ ଏହି ଯୋଗଦାନ ଥିଲା ଗୁରୁତ୍ବପୂର୍ଣ୍ଣ ।

କିନ୍ତୁ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ନାହାଁନ୍ତି ଅବଦୁଲ୍ ରଜାକ୍ । ତାଙ୍କ ଖେଳରେ ଅନେକ ଦୁର୍ବଳତା ଦେଖିବାକୁ ପାଇଛନ୍ତି ରଜାକ୍ । ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଛାଡିଛନ୍ତି ରଜାକ୍ । ଯେଉଁଥିରେ ସେ କହିଛନ୍ତି ମୁଁ ପାଣ୍ଡ୍ୟାଙ୍କୁ ବିଶ୍ବର ଏକ ନମ୍ବର ଅଲରାଉଣ୍ଡର କରିପାରିବି ।

ଏହା ସହ ପଢନ୍ତୁ ଧୋନୀ ନା ସରଫରାଜ୍ . . କାହାର ଡାଇଭ୍‌ ଚମତ୍କାର ? ଭିଡିଓ ଦେଖନ୍ତୁ ଏବଂ ICC ର ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ

ରଜାକ୍ କହିଛନ୍ତି, ମୁଁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଦେଖିଲି । ଏହି ମ୍ୟାଚରେ ପ୍ରଥମ ଥର ମୁଁ ପାଣ୍ଡ୍ୟାଙ୍କୁ ନିକଟରୁ ଦେଖିବାକୁ ପାଇଲି । ବ୍ୟାଟିଂ କରିବା ସମୟରେ ତାଙ୍କ ଫୁଟୱର୍କ ଏବଂ ବଡି ବାଲାନ୍ସ ଆଦିରେ ଅନେକ ଦୁର୍ବଳତା ନଜର ଆସୁଛି । ଏହା ସହ ଆଗକୁ କହିଛନ୍ତି, ମୁଁ ଯଦି ପାଣ୍ଡ୍ୟାଙ୍କ ସହ କାମ କରିବି ଏବଂ କୋଚିଂ ଦେବି ତେବେ ଦୁଇ ସପ୍ତାହ ମଧ୍ୟରେ ସେ ଦୁନିଆର ଏକ ନମ୍ବର ହିଟର୍ ହୋଇ ବାହାରିବେ ।

ଏହା ସହ ଭାରତୀର କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡକୁ ମଧ୍ୟ ଅପିଲ୍ କରିଛନ୍ତି , ଯଦି ବିସିସିଆଇ ପାଣ୍ଡ୍ୟାଙ୍କ ଖେଳରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି । ମାତ୍ର ଦୁଇ ସପ୍ତାହ ମଧ୍ୟରେ ପାଣ୍ଡ୍ୟାଙ୍କୁ ଅଲରାଉଣ୍ଡର କରିପାରିବେ ବୋଲି ଦାବି କରିଛନ୍ତି ପାକର ଏହି ପୂର୍ବତନ କ୍ରିକେଟର୍ । ଦେଖନ୍ତୁ ରଜାଙ୍କ ଟୁଇଟ୍ ଏବଂ ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.