ଦେଶ ବିଦେଶ

ପୁଣି ବଢ଼ିଲା କ୍ଷୀର ଦର, କାଲିଠୁ ଅମୁଲ ଓ ମଦର ଡାଏରୀର ପ୍ରଡକ୍ଟ କିଣିଲେ ଦେବେ ଆଉ ଅଧିକ ୨ ଟଙ୍କା

ବଢ଼ିଲା ପ୍ୟାକେଟ୍‌ କ୍ଷୀର ମୂଲ୍ୟ। ଅମୁଲ ଓ ମଦର ଡାଏରୀରେ କ୍ଷୀର ଲିଟର ପ୍ରତି ୨ଟା ଲେଖାଏଁ ବଢ଼ିଛି। ବୁଧବାର ଠାରୁ ଏହି ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ଉଭୟ କମ୍ପାନୀ କିଣା ମୂଲ୍ୟ ଓ ଅନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ମୂଲ୍ୟ ବଢ଼ାଇଥିବା କହିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ ଦିଲ୍ଲୀ-ଏନ୍‌ସିଆରେ ହିଁ କେବଳ ଲାଗୁ ହେବ। ପୂର୍ବରୁ ଜୁଲାଇରେ ଅମୁଲ ପକ୍ଷରୁ କ୍ଷୀର ଦାମ୍‌ ବଢ଼ିଥିଲା। ସେହିପରି ମଦର ଡାଏରୀ ମାର୍ଚ୍ଚ ମାସରେ ଦିଲ୍ଲୀ-ଏନ୍‌ସିଆର ପାଇଁ କ୍ଷୀର ଦାମ୍‌ ବୃଦ୍ଧି କରିଥିଲା।

ଅମୁଲ ପକ୍ଷରୁ ଏକ ବୟାନରେ କୁହାଯାଇଛି, କ୍ଷୀରର ଅପରେସନ୍‌ ଓ ପ୍ରଡକ୍ସ୍‍ର ସମସ୍ତ ଦର ବଢ଼ିଛି। କମ୍ପାନୀ ମୁତାବକ, କେବଳ ପଶୁ ଚାରାର ଦାମ୍‌ ହିଁ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଣୁ ବାଧ୍ୟ ହୋଇ ସେମାନେ କ୍ଷୀର ଦାମ୍‌ ବଢ଼ାଇଛନ୍ତି।

ଅମୁଲ ଓ ମଦର ଡାଏରୀର ସମସ୍ତ ପ୍ରକାରର ଦୁଗ୍ଧ ଉତ୍ପାଦର ଦର ବଢ଼ାଯାଇଛି। ଗୋଲ୍ଡ, ଟୋନ୍‌ଡ, ଡବଲ ଟୋନ୍‌ଡ, ଫୁଲ କ୍ରିମ୍‌ରୁ ଆରମ୍ଭ କରି ଗାଈ କ୍ଷୀରର ଦାମ୍‌ ବୃଦ୍ଧି ହୋଇଛି। ଦିଲ୍ଲୀ-ଏନ୍‌ସିଆରରେ ଅମୁଲ ଓ ମଦର ଡାଏରୀର କ୍ଷୀର ଗ୍ରାହକଙ୍କୁ ବୁଧବାର ଠାରୁ ଅଧିକ ୨ ଟଙ୍କା ହିସାବରେ ମିଳିବ।

ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀ-ଏନ୍‌ସିଆରରେ ଅମୁଲ ଗୋଲ୍ଡ ଲିଟରକୁ ୫୯ ଟଙ୍କାରେ, ଅମୁଲ ତାଜା ୪୯ ଟଙ୍କାରେ, ଅମୁଲ ଡାଇମଣ୍ଡ ୬୩ ଟଙ୍କାରେ ମିଳିବ। ସେହିପରି ମଦର ଡାଏରୀ ଟୋନ୍‌ଡ ଲିଟରକୁ ୫୧ ଟଙ୍କା, ମଦର ଡାଏରୀ ଡବଲ ଟୋନ୍ଡ ୪୫ ଟଙ୍କା, ଫୁଲ କ୍ରିମ୍‌ ୬୧ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

Also Read: ୬ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଆଶ୍ୱସ୍ତିକର ଖବର, ସେକ୍ରେଟାରୀ ଦେଲେ ଅପ୍‌ଡେଟ୍‌

WCW 11

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

11 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

25 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

26 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago