ରାଜ୍ୟ

ବଢୁଛି ପାଣି, ଭାଙ୍ଗୁଛି ବନ୍ଧ : ଜଳବନ୍ଦୀରେ ବିତୁଛି ରାତିଦିନ ; ଲୋକେ ହା’ ହତାଶ

(କେନ୍ୟୁଜ): ବଢୁଛି ହୀରାକୁଦ ଜଳସ୍ତର। ଫୁଲୁଛି ମହାନଦୀ । ମହାନଦୀର ବନ୍ୟା ପାଣି ଘେରରେ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳ । ବହୁ ଗାଁ ଜଳବନ୍ଦୀ । ଲୋକଙ୍କ ଘରଦ୍ୱାର ବୁଡିଛି । ଯାଆସ ପାଇଁ ରାସ୍ତାଘାଟ ନାହିଁ । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି । କଟକ-ବାଙ୍କୀ ରାସ୍ତା ବୁଡ଼ିଛି । କଇଁମୁଣ୍ଡିଠାରେ ରାସ୍ତା ଉପରେ ପ୍ରବଳ ପାଣି ବହୁଛି । କଇଁମୁଣ୍ଡିକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସେହିପରି ପାଥପୁର ମଝି ଗଡାଣିର ରାସ୍ତା ଉପରେ ପ୍ରବାହିତ ହେଉଛି ୨ ଫୁଟର ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢୁଥିବାରୁ ଆଗକୁ ବାଙ୍କୀ ଅଞ୍ଚଳର ଅଧିକ ଗାଁ ଜଳମଗ୍ନ ହେବା ସମ୍ଭାବନା ରହିଛି । ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍‌ ।

ସେହିପରି ବୈତରଣୀ ନଦୀର ଜଳସ୍ତର ଏବେବି ଯାଜପୁରର ଆଖୁଆପଦା ଓ ଦଶରଥପୁରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଯୋଗୁ ଦଶରଥପୁର ବ୍ଲକ କସପା ପଞ୍ଚାୟତ ବ୍ରହ୍ମଚାରୀ ପାଟଣାରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏହା ଫଳରେ କସପା ଓ ଦୁଦୁରାଅନ୍ତା ସମେତ ୧୦ଟି ପଞ୍ଚାୟତର ଶହେରୁ ଉର୍ଦ୍ଧ୍ଵ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କୁଜଙ୍ଗ ବ୍ଲକର ଏକାଧିକ ଗ୍ରାମପଞ୍ଚାୟତ ଜଳବନ୍ଦୀରେ ରହିଛି। ବଡ଼ ବାଲିକଣୀ ନିକଟରେ ପାଇକା ନଦୀରେ ଘାଇ ସୃଷ୍ଟି ହୋଇ ବଡ଼ ବାଲିକଣି, କାଲିକୁଦ, ଚୌଧୁରୀ କୁଦ, ମାଧପୁର, ସରଳି ପ୍ରଭୃତି ଗାଁରେ ପାଣି ପଶିଛି। ଏକାଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିପରି ଜିଲ୍ଲାନାସି ପଞ୍ଚାୟତର ଜୟଶଙ୍ଖପୁର ଗ୍ରାମ ନିକଟରେ ମହାନଦୀରେ ସୃଷ୍ଟି ହୋଇଥିବା ଘାଇ କାରଣରୁ ଅନେକ ଗ୍ରାମ ଜଳବନ୍ଦୀରେ ରହିଛନ୍ତି। ଜିଲ୍ଲାନାସି, ମାଧପୁର, ଜୟଶଙ୍ଖପୁର, ସାହାରାଡିଆ, ତେନ୍ତୁଳିଆ ଖମାର, ବରିହାଡିହା, ନୁଆସାହି ପ୍ରଭୃତି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ସୁବର୍ଣ୍ଣପୁରରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ବର୍ଷା କମିଛି, ଛାଡିଯାଇଛି ଦୁର୍ଦ୍ଦଶା। କାହାର ଘର ଭାଙ୍ଗିଛି ତ ଆଉ କାହାର ଚାଷ ଜମିରେ ପାଣି ପଶିଛି। ଧୋଇ ଯାଇଛି ଚାଷୀର ବର୍ଷକର ପରିଶ୍ରମ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସପାତ୍ରାପାଲି ପଞ୍ଚାୟତ ଲମତୁଲ ଗାଁ ଏବେ ପାଣି ଘେରରେ ରହିଛି। ଫଳରେ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଛି। ଉଲୁଣ୍ଡା ବିଡିଓ ଏବଂ ବୀରମହାରାଜପୁର ଉପଜିଲ୍ଲାପାଳ ବୋଟ ଯୋଗେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୀରମହାରାଜପୁର ବ୍ଲକ ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ସହ ବିଡିଓ ଓ ତହସିଲଦାର ପ୍ରମୁଖ ସାମିଲ ହୋଇଥିଲେ। ବନ୍ୟା ପରିସ୍ଥିତିର କିପରି ମୁକାବିଲା ହେବ ସେନେଇ ବୈଠକରେ ଆଲୋଚନା ହୋଇଛି।

ଗତ ପାଞ୍ଚଦିନ ଧରି ରାୟଗଡ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଜିଲ୍ଲାର ସାରଂଗଡ଼, ପୁସୌର, ସରିଆ, ବରମକେଲା, ତମନାର, ଘରଘୋଡା, ଲେଲୁଙ୍ଗା ଆଦି ଅଞ୍ଚଳ ଗୁଡିକରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଜିଲ୍ଲାର ନଦୀନାଳ ଗୁଡ଼ିକ ସମ୍ପୂର୍ଣ୍ଣ ଅବସ୍ଥାରେ ବୁଡ଼ି ଗଲାଣି । ଜିଲ୍ଲାର କେଲୋ ନଦୀ, ମହାନଦୀ, ମାଣ୍ଡ ନଦୀ ଆଦି ବିପଦ ସୀମା ରେଖା ନିକଟରେ ପ୍ରବାହିତ ହେଉଛି। ରାୟଗଡ ସହର ମଧ୍ୟରେ ଥିବା କେଲୋ ନଦୀ, ମେରାଇନ୍‌ ଡ୍ରାଇଭ୍‌ ଏବଂ ପଞ୍ଜରୀ ପ୍ଲାଣ୍ଟ ଥିବା ଅଞ୍ଚଳ ମାନଙ୍କରେ ନଦୀର ପାଣି ପ୍ରବେଶ କରି ସାରିଛି। ରାୟଗଡ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଘରଘୋଡା, ରାୟଗଡ, ସରିଆ, ବରମକେଲା ମାର୍ଗ, ସାରଂଗଡ଼, ଚନ୍ଦ୍ରପୁର ରାୟଗଡ ମାର୍ଗ ସମ୍ପୁର୍ଣ୍ଣ ରୂପେ ଅବ୍ୟାହତ ହୋଇ ପଡିଛି। ମହାନଦୀର ଜଳସ୍ତର ବଢ଼ି ଯିବା କାରଣରୁ ମହାନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ପୁସୌର, ସରିଆ, ନଦୀଗାଁ, ବରମକେଲା ଆଦି ବିଭିନ୍ନ ସ୍ଥାନର ଗାଁ ମାନଙ୍କରେ ମହାନଦୀର ପାଣି ପ୍ରବେଶ କରି ସାରିଛି। ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ରିଲିଫ କ୍ୟାମ୍ପ ମାନଙ୍କରେ ଡଙ୍ଗା ସାହାଯ୍ୟରେ ଅଣା ଯାଉଛି। ଲୋକଙ୍କ ପାଖକୁ ଯାଇ ଅଧକାରୀ ମାନେ ନିଜେ ତଦାରଖ କରୁଛନ୍ତି । ଜିଲ୍ଳା ପ୍ରଶାସନରୁ କରାଯାଇଥିବା ରିଲିଫ କ୍ୟାମ୍ପ ମାନଙ୍କୁ ଯାଇ ନିଜକୁ ସୁରକ୍ଷିତ କରନ୍ତୁ, ସେଠାରେ ଲୋକ ମାନଙ୍କ ପାଇଁ ରହିବା, ଖାଇବା ତଥା ଔଷଧର ବ୍ୟବସ୍ଥା କରାଯାଇଛି।

 

 

Barsha

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

13 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

14 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

58 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago