ରିକ୍ସା ଚାଳକଙ୍କ ଏମିତି ମୋଡିଫାଏଡ ଇ-ରିକ୍ସାକୁ ଦେଖି ଚକିତ ହୋଇଗଲେ ଆନନ୍ଦ ମହିନ୍ଦ୍ରା, ସଙ୍ଗେ ସଙ୍ଗେ ଦେଲେ ଚାକିରି ଅଫର !

ବିଜିନେସ ଟାଇକୁନ ଆନନ୍ଦ ମହିନ୍ଦ୍ରା ପ୍ରାୟତଃ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସାରା ବିଶ୍ୱର ଲୋକେ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଥିବା କିଛି ନୂତନତ୍ୱର ଭିଡ଼ିଓ ଏବଂ ଫଟୋକୁ ସେ ସେୟାର କରିଥାନ୍ତି। ନିକଟରେ ଆନନ୍ଦ ଏମିତି ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଜଣେ ଇ-ରିକ୍ସା ଚାଳକଙ୍କୁ ଦେଖିବାକୁ ମିଳୁଛି।

ରିକ୍ସା ଚାଳକ ଜଣକ ସୋସିଆଲ ଡିଷ୍ଟାନସିଂକୁ ଧ୍ୟାନରେ ରଖି ନିଜ ରିକ୍ସାକୁ ସେହିଭଳି ଭାବେ ମୋଡିଫାଏଡ କରିଛନ୍ତି। ତେବେ ଆନନ୍ଦ ମହିନ୍ଦ୍ରା କେବଳ ଯେ ରିକ୍ସା ଚାଳକଙ୍କ ଆଇଡିଆକୁ ପ୍ରଶଂସା କରିନାହାନ୍ତି, ବରଂ ତାଙ୍କ ଟିମ ୟାଙ୍କଠାରୁ କିଛି ଶିଖିପାରିବ ବୋଲି କହିଛନ୍ତି। ଭିଡ଼ିଓରେ ନଜର ଆସୁଥିବା ଏହି ଇ-ରିକ୍ସାରେ 4ଜଣ ବସିବା ପାଇଁ ସିଟିଂ କମ୍ପାର୍ଟମେଣ୍ଟକୁ ଅଲଗା କରାଯାଇଛି। ଏହାଦ୍ୱାରା ଯାତ୍ରୀମାନେ କେହି କାହା ସହ ସମ୍ପର୍କରେ ନ ଆସି ଆରାମରେ ଏକାବେଳେ ଯାତ୍ରା କରିପାରିବେ।

ଭିଡ଼ିଓ ସେୟାର କରି ଆନନ୍ଦ ମହିନ୍ଦ୍ରା କ୍ୟାପସନ ଲେଖିଛନ୍ତି ଯେ ‘ନୂଆ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇ ଦେବା ଏବଂ ଜଲଦି କିଛି ନୂଆ କରିବାର ଆମ ଲୋକଙ୍କ କ୍ଷମତା ମୋତେ ସବୁବେଳେ ଚକିତ କରିଦେଇଥାଏ’। ଏହାସହିତ ସେ Mahindra & Mahindraର ଏକଜିକ୍ୟୁଟିଭ ଡାଇରେକ୍ଟରଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘R&D ଏବଂ product development teams ପାଇଁ ଆମକୁ ଏହି ବ୍ୟକ୍ତି ପରାମର୍ଶଦାତା ରୂପେ ଦରକାର’। ତେବେ ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 39 ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ବିଲକୁଲ କ୍ୱାରେଣ୍ଟିନ ଟୁକ ଟୁକ’।

Roshni

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

11 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

27 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

40 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

49 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

52 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago