ଦେଶ ବିଦେଶ

ଲୁଡୋ ଖେଳରେ ହାରିଯିବାରୁ ସ୍ୱାମୀ ଏମିତି ମାରିଲେ ଯେ ଭାଙ୍ଗିଗଲା ସ୍ତ୍ରୀଙ୍କ ମେରୁଦଣ୍ଡ

ବଡୋଦରା : ଲକଡାଉନରେ ଏବେ ସମସ୍ତେ ଘରେ। ଏହି ସମୟରେ ବୋର ନ ହେବା ପାଇଁ ସ୍ମାର୍ଟଫୋନ ବ୍ୟବହାରକାରୀ ଅନଲାଇନ ଗେମ ଖେଳି ନିଜ ସମୟ ଅତିବାହିତ କରୁଛନ୍ତି। ଲକଡାଉନ ସମୟରେ ଅନଲାଇନ ଗେମର ଚାହିଦା ବଢି ଯାଇଛି। ତେବେ ଏହି ଅନଲାଇନ ଗେମ ପାଇଁ ଏକ ଅଘଟଣ ଘଟିଯାଇଛି।

ଲକଡାଉନରେ ଅନଲାଇନ ଲୁଡୋ ଖେଳ ପାଇଁ ଗୋଟେ ପରିବାରରେ ହଙ୍ଗାମା ହୋଇଯାଇଛି। ଟାଇମ ପାସ ଚକରରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏମିତି ଝଗଡା ହେଲା ଯେ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଲୁଡୋରେ ବାରମ୍ବାର ହାରିବା ପରେ ସ୍ୱାମୀଙ୍କ ରାଗ ଚରମ ସୀମାରେ ପହଁଚିଲା। ଯାହାପରେ ସେ ତାଙ୍କ ସ୍ତ୍ରୀକୁ ଖୁବ ବାଡେଇଲେ। ଏହି ମାଡ଼ପିଟ ଏତେ ଗମ୍ଭୀର ସ୍ଥିତିକୁ ଗଲା ଯେ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କର ମେରୁଦଣ୍ଡ ଭାଙ୍ଗିଗଲା।

ସୂଚନା ଅନୁଯାୟୀ ଏହି ମାମଲା ଗୁଜରାଟର ବଡୋଦରାରେ। ଗୁରୁତର ଆହତ ହୋଇଥିବା ସ୍ତ୍ରୀ ଟ୍ୟୁସନ କରନ୍ତି ଏବଂ ତାଙ୍କ ସ୍ୱାମୀ ଏକ ଇଲେକ୍ଟ୍ରୋନିକ କମ୍ପାନୀରେ କାମ କରନ୍ତି। ସ୍ତ୍ରୀ ଚାହୁଁନଥିଲେ ଯେ ତାଙ୍କ ସ୍ୱାମୀ ଲକଡାଉନରେ ବାହାରକୁ ଯାଆନ୍ତୁ। ଏଥିପାଇଁ ସେ ସ୍ୱାମୀଙ୍କ ସହିତ ଅନଲାଇନ ଲୁଡୋ ଖେଳିବା ପାଇଁ କହିଲେ। କିନ୍ତୁ ଏହି ଖେଳରେ ସ୍ୱାମୀ ବାରମ୍ବାର ସ୍ତ୍ରୀଙ୍କ ପାଖରୁ ହାରିବା ପରେ କ୍ରୋଧାନ୍ଵିତ ହୋଇଗଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବହୁତ ପାଟି ତୁଣ୍ଡ ହେଲା। ଆଉ ଏହି ଝଗଡା ଏତେ ବଢିଗଲା ଯେ ମାଡ଼ପିଟ ଆରମ୍ଭ ହୋଇଗଲା। ଆଉ ଏହି ମାଡ଼ପିଟରେ ସ୍ତ୍ରୀଙ୍କର ମେରୁଦଣ୍ଡ ହାଡ ଭାଙ୍ଗିଗଲା। ହସ୍ପିଟାଲରେ ସ୍ତ୍ରୀଙ୍କର ଚିକିତ୍ସା ଚାଲୁଛି।

Pritiparna

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago