Below header

ଲୁଡୋ ଖେଳରେ ହାରିଯିବାରୁ ସ୍ୱାମୀ ଏମିତି ମାରିଲେ ଯେ ଭାଙ୍ଗିଗଲା ସ୍ତ୍ରୀଙ୍କ ମେରୁଦଣ୍ଡ

ବଡୋଦରା : ଲକଡାଉନରେ ଏବେ ସମସ୍ତେ ଘରେ। ଏହି ସମୟରେ ବୋର ନ ହେବା ପାଇଁ ସ୍ମାର୍ଟଫୋନ ବ୍ୟବହାରକାରୀ ଅନଲାଇନ ଗେମ ଖେଳି ନିଜ ସମୟ ଅତିବାହିତ କରୁଛନ୍ତି। ଲକଡାଉନ ସମୟରେ ଅନଲାଇନ ଗେମର ଚାହିଦା ବଢି ଯାଇଛି। ତେବେ ଏହି ଅନଲାଇନ ଗେମ ପାଇଁ ଏକ ଅଘଟଣ ଘଟିଯାଇଛି।

ludooଲକଡାଉନରେ ଅନଲାଇନ ଲୁଡୋ ଖେଳ ପାଇଁ ଗୋଟେ ପରିବାରରେ ହଙ୍ଗାମା ହୋଇଯାଇଛି। ଟାଇମ ପାସ ଚକରରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏମିତି ଝଗଡା ହେଲା ଯେ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଲୁଡୋରେ ବାରମ୍ବାର ହାରିବା ପରେ ସ୍ୱାମୀଙ୍କ ରାଗ ଚରମ ସୀମାରେ ପହଁଚିଲା। ଯାହାପରେ ସେ ତାଙ୍କ ସ୍ତ୍ରୀକୁ ଖୁବ ବାଡେଇଲେ। ଏହି ମାଡ଼ପିଟ ଏତେ ଗମ୍ଭୀର ସ୍ଥିତିକୁ ଗଲା ଯେ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କର ମେରୁଦଣ୍ଡ ଭାଙ୍ଗିଗଲା।

ludoସୂଚନା ଅନୁଯାୟୀ ଏହି ମାମଲା ଗୁଜରାଟର ବଡୋଦରାରେ। ଗୁରୁତର ଆହତ ହୋଇଥିବା ସ୍ତ୍ରୀ ଟ୍ୟୁସନ କରନ୍ତି ଏବଂ ତାଙ୍କ ସ୍ୱାମୀ ଏକ ଇଲେକ୍ଟ୍ରୋନିକ କମ୍ପାନୀରେ କାମ କରନ୍ତି। ସ୍ତ୍ରୀ ଚାହୁଁନଥିଲେ ଯେ ତାଙ୍କ ସ୍ୱାମୀ ଲକଡାଉନରେ ବାହାରକୁ ଯାଆନ୍ତୁ। ଏଥିପାଇଁ ସେ ସ୍ୱାମୀଙ୍କ ସହିତ ଅନଲାଇନ ଲୁଡୋ ଖେଳିବା ପାଇଁ କହିଲେ। କିନ୍ତୁ ଏହି ଖେଳରେ ସ୍ୱାମୀ ବାରମ୍ବାର ସ୍ତ୍ରୀଙ୍କ ପାଖରୁ ହାରିବା ପରେ କ୍ରୋଧାନ୍ଵିତ ହୋଇଗଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବହୁତ ପାଟି ତୁଣ୍ଡ ହେଲା। ଆଉ ଏହି ଝଗଡା ଏତେ ବଢିଗଲା ଯେ ମାଡ଼ପିଟ ଆରମ୍ଭ ହୋଇଗଲା। ଆଉ ଏହି ମାଡ଼ପିଟରେ ସ୍ତ୍ରୀଙ୍କର ମେରୁଦଣ୍ଡ ହାଡ ଭାଙ୍ଗିଗଲା। ହସ୍ପିଟାଲରେ ସ୍ତ୍ରୀଙ୍କର ଚିକିତ୍ସା ଚାଲୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.