ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏଠାରେ ଚିତା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ୬ଟି ଚିତା ସହିତ କୁନୋରେ ଜନ୍ମିତ ୩ ଶାବକଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ରହିଛି।
ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ଵିଟ୍ କରି କହିଛନ୍ତି ଯେ କୁନୋରେ ନିଶ୍ଚୟ ଏକ ବଡ଼ ଭୁଲ ହୋଇଛି। ଆଜି ସକାଳେ ନବମ ଚିତାର ମୃତ୍ୟୁ ଘଟିଛି। ଏତେ ସଂଖ୍ୟକ ମୃତ୍ୟୁକୁ ସ୍ୱାଭାବିକ ବୋଲି କହିବା ସମ୍ପୂର୍ଣ୍ଣ ନିରର୍ଥକ। ଅନ୍ତର୍ଜାତୀୟ ଚିତା ବିଶେଷଜ୍ଞଙ୍କ ଦ୍ୱାରା ଏହାକୁ ଖଣ୍ଡନ କରାଯାଇଛି।
ସେପଟେ ମଧ୍ୟ ପ୍ରଦେଶ ବନ ବିଭାଗ କହିଛି ଯେ ବୁଧବାର ସକାଳେ ଏକ ମାଈ ଚିତା ମୃତ ଅବସ୍ଥାରେ ମିଳିଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ କରାଯାଉଛି। ୧୪ଟି ଚିତା ମଧ୍ୟରୁ ୭ଟି ଅଣ୍ଡିରା, ୬ଟି ମାଈ ଏବଂ ଗୋଟିଏ ଅଣ୍ଡିରା ଶାବକକୁ କୁନୋର ଏନ୍କ୍ଲୋଜରରେ ରଖାଯାଇଛି। ଏକ ମାଈ ଚିତା ଖୋଲାରେ ବିଚରଣ କରୁଥିବା ବେଳେ ଏକ ଟିମ୍ ତାକୁ ତଦାରଖ କରୁଛି। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ତାକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଥିବା ବନ ବିଭାଗ କହିଛି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…