କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ଆଖି ବୁଜିଲା, ୯କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏଠାରେ ଚିତା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି।

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏଠାରେ ଚିତା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ୬ଟି ଚିତା ସହିତ କୁନୋରେ ଜନ୍ମିତ ୩ ଶାବକଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ଵିଟ୍‌ କରି କହିଛନ୍ତି ଯେ କୁନୋରେ ନିଶ୍ଚୟ ଏକ ବଡ଼ ଭୁଲ ହୋଇଛି। ଆଜି ସକାଳେ ନବମ ଚିତାର ମୃତ୍ୟୁ ଘଟିଛି। ଏତେ ସଂଖ୍ୟକ ମୃତ୍ୟୁକୁ ସ୍ୱାଭାବିକ ବୋଲି କହିବା ସମ୍ପୂର୍ଣ୍ଣ ନିରର୍ଥକ। ଅନ୍ତର୍ଜାତୀୟ ଚିତା ବିଶେଷଜ୍ଞଙ୍କ ଦ୍ୱାରା ଏହାକୁ ଖଣ୍ଡନ କରାଯାଇଛି।

ସେପଟେ ମଧ୍ୟ ପ୍ରଦେଶ ବନ ବିଭାଗ କହିଛି ଯେ ବୁଧବାର ସକାଳେ ଏକ ମାଈ ଚିତା ମୃତ ଅବସ୍ଥାରେ ମିଳିଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ କରାଯାଉଛି। ୧୪ଟି ଚିତା ମଧ୍ୟରୁ ୭ଟି ଅଣ୍ଡିରା, ୬ଟି ମାଈ ଏବଂ ଗୋଟିଏ ଅଣ୍ଡିରା ଶାବକକୁ କୁନୋର ଏନ୍‌କ୍ଲୋଜରରେ ରଖାଯାଇଛି। ଏକ ମାଈ ଚିତା ଖୋଲାରେ ବିଚରଣ କରୁଥିବା ବେଳେ ଏକ ଟିମ୍ ତାକୁ ତଦାରଖ କରୁଛି। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ତାକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଥିବା ବନ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.