Below header

ଶ୍ରାବଣୀର ସବୁଜିମା ଓଢଣୀରେ ସୁନ୍ଦର ହୋଇଛି ପ୍ରକୃତିରାଣୀ, ବର୍ଷାରେ ଆହୁରି ମନୋରମ ଲାଗୁଚି ଗୁଣ୍ଡିଚାଘାଗୀ

କିଏ ଏହି ସୌନ୍ଦର୍ଯ୍ୟ ଭରା ଦୃଶ୍ୟକୁ ନିଜର ମୋବାଇଲ ରେ କଏଦ କରି ରଖୁଛି ଆଉକିଏ ନିଜ ସେଲଫି ନେଉଛି। ସମସ୍ତେ ମନୋଭରି ଉପଭୋଗ କରୁଛନ୍ତି ଏହି ପ୍ରାକୃତିକ ପରିବେଶ ଭରା ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ।

ଘଟଗାଁ(କେନ୍ୟୁଜ୍): ଜିଲ୍ଲା ଲଗାଣ ବର୍ଷାଯୋଗୁ କେଉଁଠି ନଦୀ ଜଳସ୍ତର ବଢ଼ିଲାଣି ତ ଆଉକେଉଠି ପୋଲ ଉପରେ ପାଣି ଚାଲୁଥିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିନ୍ତୁ ଏହି ବର୍ଷାରେ ଆହୁରି ସୁନ୍ଦର ଲାଗୁଚି ଗୁଣ୍ଡିଚାଘାଗୀ ଜଳପ୍ରପାତ। ମୁଷଳ ନଦୀରେ ବଢ଼ିପାଣି ଆସୁଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପ୍ରପାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି।

ବଢ଼ିପାଣି ଯୋଗୁଁ ବେସ ନିଆରା ପରିବେଶ ସୁଷ୍ଟି ହୋଇଛି ଏହି ଜଳପ୍ରପାତ ରେ। ଏଭଳି ସୌନ୍ଦର୍ଯ୍ୟଭରା ପରିବେଶକୁ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । କିଏ ଏହି ସୌନ୍ଦର୍ଯ୍ୟ ଭରା ଦୃଶ୍ୟକୁ ନିଜର ମୋବାଇଲ ରେ କଏଦ କରି ରଖୁଛି ଆଉକିଏ ନିଜ ସେଲଫି ନେଉଛି। ସମସ୍ତେ ମନୋଭରି ଉପଭୋଗ କରୁଛନ୍ତି ଏହି ପ୍ରାକୃତିକ ପରିବେଶ ଭରା ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.