ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ‘INDIA’ର ୩୧ ସାଂସଦ, ମଣିପୁର ପ୍ରସଙ୍ଗ ଉପରେ ଦେଲେ ସ୍ମାରକପତ୍ର

ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ମଣିପୁର ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇଛନ୍ତି ଏବଂ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ ମଣିପୁର ରାଜ୍ୟର ସ୍ଥିତି ବିଷୟରେ ଅବଗତ କରାଇଛନ୍ତି ଏବଂ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥି ସହିତ ବିରୋଧୀ ଦଳର ନେତାମାନେ ମଣିପୁର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାଜ୍ୟସଭାରେ ବିରୋଧୀ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ୩୧ ଜଣ ସଦସ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ମଣିପୁର ଗସ୍ତ କରିଥିବା ୨୧ ଜଣ ସାଂସଦଙ୍କର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ମଣିପୁରରେ ଘଟୁଥିବା ଘଟଣା ଏବଂ ରାଜ୍ୟର ସ୍ଥିତି ବିଷୟରେ କହିଥିଲେ।

ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଆମେ ରାଷ୍ଟ୍ରପତିଙ୍କୁ ମୁଖ୍ୟତଃ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର, ପୁନର୍ବାସ ଏବଂ ଅନ୍ୟାନ୍ୟ ସ୍ଥିତି ବିଷୟରେ ଜଣାଇଛୁ। ଆମେ ତାଙ୍କୁ କହିଛୁ ଯେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଖରେ ଖାଦ୍ୟ ଏବଂ ପାଣି ସୁଦ୍ଧା ନାହିଁ। ଅସୁସ୍ଥ ଲୋକଙ୍କ ପାଇଁ ଚିକିତ୍ସାର କୌଣସି ବ୍ୟବସ୍ଥା ନାହିଁ।

ଖଡ଼ଗେ ଆହୁରି କହିଛନ୍ତି ଯେ ଆମର ମୁଖ୍ୟ ଦାବି ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ କରନ୍ତୁ ଏବଂ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉ। ସେ ଆହୁରି ମଧ୍ୟ କହିଥିଲେ କି, ମଣିପୁରର ଏହି ଘଟଣା ଉପରେ ସରକାର ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ବିରୋଧୀଙ୍କୁ ସଂସଦରେ ସମ୍ମାନ ଦିଆଯାଉ ନାହିଁ। ମୋ ମାଇକ୍ ଅନେକ ଥର ବନ୍ଦ ହୋଇଛି। ଏହା ଦର୍ଶାଉଛି ଯେ ସରକାର ଗଣତନ୍ତ୍ର ଅଧୀନରେ ଚାଲିବାକୁ ଚାହୁଁନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.