ଥମୁନି ନର ରାକ୍ଷସଙ୍କ ନାରକୀୟ କାଣ୍ଡ: ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ, ସମାନ ସ୍ଥାନରୁ ଆଉ ଏକ ଶବ ଉଦ୍ଧାର

ହାଇଦ୍ରାବାଦ: ଥମୁନି ନର ରାକ୍ଷସଙ୍କ ନାରକୀୟ କାଣ୍ଡ। ଏମିତି ଅକଥନୀୟ ଅପରାଧ କରୁଛନ୍ତି ଯେ ସବୁ ଦଣ୍ଡ ଏମାନଙ୍କ ଆଗରେ ଫିକା ଲାଗୁଛି । ଟପିଚାଲିଛନ୍ତି ସବୁ ସୀମା । ନିର୍ଭୟା ଘଟଣା ପରେ ଏମିତି ଅନେକ ଘଟଣା ଘଟେଇ ଚାଲିଛନ୍ତି ମଣିଷ ରୂପଧାରୀ କିଛି ଅମଣିଷ। ଯାହାର କଳାଫର୍ଦ୍ଦରେ ଯୋଡି ହୋଇଯାଇଛି ଆଉ ଏକ ନାରୀର ଜୀବନ । ଯେଉଁ ଘଟଣା ଜାଣିବାପରେ ଥରିଉଠିବ ଆପଣଙ୍କ ଛାତି।

ହାଇଦ୍ରାବାଦରେ ଜଣେ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଯେଉଁ ଘଟଣା ଏବେ ଚାରିଆଡେ ନିନ୍ଦା କରାଯାଇଥିବାବେଳେ, ଏହି ଘଟଣାରେ ସମ୍ପ୍ରୁକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଟ୍ରକ୍‌ ଡ୍ରାଇଭର ଓ ସ୍ଥାନୀୟ କିଛି ଯୁବକ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ରଚକୋଣ୍ଡା ପୋଲିସ କହିଛି।

ସୂଚନା ମୁତାବକ ଗତ ବୁଧବାର ରାତିରେ ଘଟିଛି ଏହି ଲୋମହର୍ଷଣକାରୀ କାଣ୍ଡ। ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଏକ ଟୋଲ୍‌ ଗେଟ୍‌ ନିକଟରେ ତାଙ୍କ ସ୍କୁଟି ଟାୟାର ପଙ୍କଚର କରି ଦେଇଥିଲେ ଦୁର୍ବୃତ୍ତମାନେ । ଏହାପରେ ଗାଡ଼ି ସଜାଡିବା ବାହାନାରେ ତାଙ୍କୁ ନେଇଯାଇ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ତେବେ ଗାଡି ଖରାପ ହୋଇଥିବା ନେଇ ସେ ତାଙ୍କ ଭଉଣୀଙ୍କୁ ଫୋନ୍‌ କରି କହିଥିଲେ । ପୁଣି ଥରେ ଫୋନ୍‌ କରି ଗାଡି ସଜାଡିବା ପାଇଁ ଜଣେ ବ୍ୟକ୍ତି ତାଙ୍କୁ ଅନ୍ୟତ୍ର ନେବାକୁ କହୁଥିବା କଥା ମଧ୍ଯ ସେ କହିଥିଲେ । ଏହାସହିତ ଟ୍ରକ ଡ୍ରାଇଭରମାନେ ଆଡ୍ଡା ଜମାଉଥିବାରୁ ତାଙ୍କୁ ଡର ଲାଗୁଥିବା କଥା ସେ ତାଙ୍କ ଭଉଣୀଙ୍କୁ ଫୋନ୍ ମାଧ୍ଯମରେ ସୂଚନା ଦେଇଥିଲେ । ହେଲେ ଏହାର କିଛି ସମୟ ପରେ ତାଙ୍କୁ ତାଙ୍କ ଭଉଣୀ ଫୋନ୍‌ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା ।

ଏହାପରେ ପରିବାର ଲୋକେ ଟୋଲ୍‌ ଗେଟ୍‌ ନିକଟରେ ଖୋଜାଖୋଜି କରିବା ପରେ ଥାନାରେ ଖବର ଦେଇଥିଲେ । ଏହାର ପରଦିନ ସକାଳେ ୨୬ କିମି ଦୂରରେ ରିଂରୋଡ ତଳ ଏକ କଲର୍ଭଟ୍‌ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦେଶବ୍ୟାପୀ ଜୋରଦାର ପ୍ରତିବାଦ କରାଯାଉଛି ।

ଆଉ ଜଣେ ମହିଳାଙ୍କ ମୃତ ଦେହ ସମାନ ଅଞ୍ଚଳରୁ ଉଦ୍ଧାର:

ଏହାମଧ୍ଯରେ ମହିଳା ଡାକ୍ତରଙ୍କ ପରେ ଏବେ ଆଉ ଜଣେ ମହିଳାଙ୍କ ମୃତ ଦେହ ସମାନ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ଯେଉଁଠାରେ ମହିଳା ଡାକ୍ତରଙ୍କ ଧଗ୍ଧ ଶରୀର ମିଳିଥିଲା ସେ ଅଞ୍ଚଳରେ ଆଉ ଜଣେ ମହିଳାଙ୍କ ଶବ ମିଳିଛି । ଏଯାଏ ଏହି ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ଏହି ଘଟଣାର ପରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଯୋରଦାର ତଦନ୍ତ ଚାଲିଥିବା ପୋଲିସ୍ କହିଛି । ତେବେ ଦୁଃଖର କଥା ସମାନ ସ୍ଥାନରେ ଦୁଇ ଦିନ ଭିତରେ ଦୁଇ ଦୁଇଟି ମହିଳାଙ୍କ ଶବ ସେଠାରୁ ଉଦ୍ଧାର କରାଯାଇଥିବା ଘଟଣା ସିଧାସଳଖ ମହିଳାର ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago