Categories: ସ୍ପେଶାଲ

ଷ୍ଟିଲ ଠାରୁ ବି ଅଧିକ ଶକ୍ତିଶାଳୀ ଏହି ଜ୍ୟାକେଟ, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଆମେ ସ୍ଵେଟର ଓ ଜ୍ୟାକେଟ ପରି ଶୀତ ବସ୍ତ୍ର ପିନ୍ଧିବା ଆରମ୍ଭ କରିଦେଉ । ନିଜକୁ ଶୀତ କୋପରୁ ରକ୍ଷା କରିବା ପାଇଁ ହେଉ ବା ଫେସନ ପାଇଁ ହେଉ ଏଗୁଡିକ ଶୀତ ଋତୁର ଟ୍ରେଣ୍ଡ ପାଲଟି ଯାଏ । କିନ୍ତୁ ନେଦରଲ୍ୟାଣ୍ଡ ସ୍ଥିତ ଏକ ନାମୀ କମ୍ପାନୀ ଭୋଲାଭକ ଏମିତି ଏକ ଜ୍ୟାକେଟ ନିର୍ମାଣ କରିଛନ୍ତି ଯାହାକୁ ପୃଥିବୀର ସବୁଠୁ ମଜବୁତ ଜ୍ୟାକେଟ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ଏହି ଜ୍ୟାକେଟଟି ସମ୍ପୂର୍ଣ ରୂପେ ଡୈନାମୋ ନାମକ ଏକ ପଦାର୍ଥରେ ହିଁ ପ୍ରସ୍ତୁତ କରାଯାଇଛି । ଆପଣ ଯଦି କୌଣସି ଧାରୁଆ ଛୁରୀ ସାହାଯ୍ୟରେ ବି ଏହାକୁ କାଟିବାକୁ ଚାହିଁବେ ତେବେ ବି ଜ୍ୟାକେଟକୁ କୌଣସି କ୍ଷତି ପହଞ୍ଚିବ ନାହିଁ । ଜ୍ୟାକେଟ ଟିର ବାହାର ପଟ ଷ୍ଟିଲ ଠାରୁ ୧୫ ଗୁଣା ଅଧିକ ଶକ୍ତିଶାଳୀ । କାରଣ ଏହାର ବାହାର ପଟରେ ଲାଗିଥିବା ଫାଇବର ଷ୍ଟିଲ ଠାରୁ ବି ଅଧିକ ମଜବୁତ ।

ଏହାକୁ ଖଣ୍ଡ ଖଣ୍ଡ କରି ହେବନି କି ଫାଡ଼ି ମଧ୍ୟ ହେବନି । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛି କି ଏହି ଜ୍ୟାକେଟ ଯେଉଁ ଡାଇନାମୋ ପଦାର୍ଥର ବ୍ୟବହାର ହୋଇଛି, ସାଧାରଣ ଭାବେ ଏଗୁଡିକର ବ୍ୟବହାର ଶରୀର ପାଇଁ ରକ୍ଷା କବଚ ବନାଇବାରେ, ଆଣ୍ଟି ବାଲିଷ୍ଟିକ ଗାଡି ପ୍ରସ୍ତୁତ କରିବାରେ, ବଡ ବଡ ଜାହାଜ ନିର୍ମାଣରେ ହିଁ ବ୍ୟବହୃତ ହୋଇଥାଏ । କମ୍ପାନୀ ଏହାକୁ ପଫର ଜ୍ୟାକେଟ ଷ୍ଟାଇଲରେ ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଏହା ଅପେକ୍ଷାକୃତ ହାଲ୍କା ରହିପାରିବ । ସାଧାରଣତଃ ପଫର ଜ୍ୟାକେଟ ରେ ନାଇଲନ ବା ପଲିଷ୍ଟରର ବ୍ୟବହାର ହେଉଥିବା ବେଳେ ଏଥିରେ କିନ୍ତୁ ୧୦୦ ପ୍ରତିଶତ ଡାଇନାମୋର ବ୍ୟବହାର ହୋଇଛି ଏହି ଜ୍ୟାକେଟଟିର ଓଜନ ୨.୫ କିଲୋ ବୋଲି ଜଣାଯାଇଛି । ଆଉ ମଧ୍ୟ ଏହାକୁ ପ୍ରତି ୨ ବର୍ଷରେ ଥରେ ବଦଳେଇବା ଆବଶ୍ୟକତା ପଡିବ ନାହିଁ । ଏହାକୁ ପିଢ଼ି ପରେ ପିଢ଼ି ଆରାମରେ ବ୍ୟବହାର କରିପାରିବେ ।

 

ଏହା ସହ ପଢନ୍ତୁ: କାହିଁକି ପୃଥିବୀର ୫ଟି ଆଇଲ୍ୟାଣ୍ଡକୁ ମୃତ୍ୟୁର ସୌଦାଗର ବୋଲି କୁହାଯାଏ, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ

ଏମିତିକି ଆପଣଙ୍କ ପରେ ଆପଣଙ୍କ ପିଲା ମାନେ ବି ଏହାକୁ ବ୍ୟବହାର କରିପାରିବେ । ଏହି ଜ୍ୟାକେଟର ଆଉ ଏକ ବିଶେଷତ୍ୱ ହେଉଛି ବାୟୁମଣ୍ଡଳରେ ଥଣ୍ଡାର ପରିମାଣ ଯେତେ ବଢିବ ଜ୍ୟାକେଟ ଭିତର ପଟ ସେତେ ଉଷୁମ ରହିବ । ବିଶେଷଜ୍ଞ ମାନେ ଏହାକୁ -୫୦ ଡିଗ୍ରୀ ତାପମାତ୍ରାରେ ବି ପରୀକ୍ଷା କରିଛନ୍ତି । କମ୍ପାନୀ ଏହାର ମୂଲ୍ୟ ୯୯୫ ଡଲାର ରଖିବା ନେଇ ସ୍ଥିର କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୧ ହଜାର ୫୦୦ ଟଙ୍କା ହେବ । କିନ୍ତୁ କମ୍ପାନୀ ତରଫରୁ ସୂଚନା ଦିଆଯାଇଛିକି ଏହା ନିଆଁ କିମ୍ବା ଗୁଳିରୁ କୌଣସି ପ୍ରକାର ସୁରକ୍ଷା ଦେଇ ପାରିବ ନାହିଁ । ସୂଚନା ଅନୁଯାୟୀ ନେଦରଲ୍ୟାଣ୍ଡର ଏହି କମ୍ପାନୀ ଭିନ୍ନ ଅନ୍ଦାଜର ଜିନିଷ ପ୍ରସ୍ତୁତ କରିବାରେ କ୍ଷତି ଅର୍ଜନ କରିଛନ୍ତି । ଏହା ପୂର୍ବରୁ କମ୍ପାନୀ ଏମିତି ଏକ ବିଶେଷ ପ୍ୟାଣ୍ଟ ପ୍ରସ୍ତୁତ କରିଥିଲା । ଯାହାକି ୧୦୦ ବର୍ଷ ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago