ସାଉଦି ପ୍ରିନ୍ସଙ୍କୁ ମୋଦିଙ୍କ ‘ଆ ଗଲେ ଲଗ ଜା..’ ନୀତିର କଡ଼ା ସମାଲୋଚନା, ପ୍ରିନ୍ସ ସଲମାନଙ୍କୁ ଇମ୍ରାନ୍‌ ଦେଇଛନ୍ତି ସୁନାର ମେସିନ୍‌ ଗନ୍‌

ନୂଆଦିଲ୍ଲୀ : ପାକିସ୍ତାନକୁ ସହାୟତା ଦେଇ ଇମ୍ରାନ୍‌ ଖାନ୍‌ଙ୍କ ସହ ଆଲୋଚନା କରିବା ପରେ ଏବେ ଭାରତ ଆସିଛନ୍ତି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ । ଗତକାଲି ସେ ଦିଲ୍ଲୀରେ ଆସି ପହଞ୍ଚିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିବା ସହ ଅତି ଖୁସିରେ ପ୍ରୋଟୋକଲ ଭାଙ୍ଗି ତାଙ୍କୁ ଅଲିଙ୍ଗନ କରିଥିଲେ । ଯାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଟ୍ଵିଟରରେ ଅନେକ ଲୋକ ଏହାକୁ ନାପସନ୍ଦ କରି ପ୍ରତିକ୍ରିୟା ରଖିଛନ୍ତି । ଏମିତିକି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମୋଦିଙ୍କୁ କଟାକ୍ଷ କରିଛନ୍ତି । ଅବଶ୍ୟ ସାଉଦିର ରାଜା କହିଛନ୍ତି ଯେ ଭାରତ ଓ ଆରବର ସମ୍ପର୍କ ଶହ ଶହ ବର୍ଷର ପୁରୁଣା । ଉଭୟ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।


ତେବେ ଦୁଇ ଦିନ ତଳେ ସେ ଯେତେବେଳେ ପାକିସ୍ତାନ ଯାଇଥିଲେ ସେତେବେଳ ଇସଲାମାବାଦରେ ଏକ ପ୍ରକଳ୍ପ ପାଇଁ ୨୦ ବିଲିୟନ ଡଲାର ପୁଞ୍ଜି ଖଟାଇବେ ବୋଲି ପ୍ରସ୍ତାବ ଦେଇ ଆସିଛନ୍ତି । ଯାହା ପାକିସ୍ତାନର ଅର୍ଥନୀତିକୁ ସୁଧାରିବାରେ ବହୁତ ସହାୟକ ହେବ । ସେହିପରି ସାଉଦି ଜେଲ୍‌ରେ ବନ୍ଦ ଥିବା ହଜାର ହଜାର ପାକିସ୍ତାନୀ କଏଦୀଙ୍କୁ ମୁକ୍ତ କରିବା ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ଏହା ସହିତ ଏଭଳି ବି ଆଲୋଚନା ଚାଲିଛି ଯେ ପ୍ରିନ୍ସ ମହମ୍ମଦ ବିନ୍‌ଙ୍କୁ ସଲମାନ୍‌ ଇମ୍ରାନ୍‌ ଏକ ସୁନାର ମେସିନ୍‌ ଗନ୍‌ ଉପହାର ଦେଇଛନ୍ତି ।

ଇସ୍ତାନବୁଲରେ ସାଉଦି ଆରବି ବାଣିଜ୍ୟିକ ଦୂତାବାସ ଭିତରେ ଜଣେ ସାମ୍ବାଦିକ ଜମାଲ ଖସୋଗିଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ପ୍ରିନ୍ସ ସଲମାନ ଖୁବ୍‌ ଚାପରେ ଥିଲେ । ତେଣୁ ପୂର୍ବ ଭାଗରେ ଥିବା ସହଯୋଗୀ ଦେଶକୁ ଗସ୍ତ କରି ସେ ନିଜ ଦେଶର ଛବି ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପାକିସ୍ତାନ ଓ ଭାରତ ଗସ୍ତ ପରେ ସେ ଚୀନ୍‌ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ପ୍ରିନ୍ସ ସଲମାନଙ୍କ ଦୁଇ ପଡ଼ୋଶୀ ରାଷ୍ଟ୍ର ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖା ଯାଉଛି ।

KNews Bureau

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

3 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

9 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

18 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

20 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

27 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

53 mins ago