ଦେଶ ବିଦେଶ

ରାଜସ୍ଥାନରେ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ; ପାଇଲଟ ସୁରକ୍ଷିତ, ୨ ଗ୍ରାମବାସୀ ମୃତ

ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ହନୁମାନଗଡ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଥିବା ବେଳେ ଖସିପଡିଥିବା ଗାଁରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଦୁର୍ଘଟଣା ଘଟିବା ପରେ ପାଇଲଟ ପାରାସୁଟ୍‌ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ । କିନ୍ତୁ ବିମାନଟି ଏକ ଘର ଉପରେ ପଡିଯାଇଥିଲା । ଫଳରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏୟାରଫୋର୍ସ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ବିମାନଟି ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଖସି ପଡିଥିଲା । ଏହି ଘଟଣାରେ ମିଗ୍‌-୨୧ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପାଇଲଟ ଏବଂ ଅନ୍ୟ ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରହିବା ପାଇଁ କୁହାଯାଇଛି ।

ସୂଚନା ମୁତାବକ, ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ବାୟୁସେନାର ଦୁଇଟି ଲଢୁଆ ବିମାନ ସୁଖୋଇଏସୟୁ-୩୦ ଏବଂ ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଜଣେ ପାଇଲଟଙ୍କ ଜୀବନ ଚାଲିଯାଇଥିଲା ।

Swagatika

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

3 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

18 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

31 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

31 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago