ରାଜସ୍ଥାନରେ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ; ପାଇଲଟ ସୁରକ୍ଷିତ, ୨ ଗ୍ରାମବାସୀ ମୃତ
ରାଜସ୍ଥାନର ହନୁମାନଗଡରେ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଥିବା ବେଳେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
ଭାରତୀୟ ବାୟୁସେନା ବିମାନ MIG-21 ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ହନୁମାନଗଡ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ସୁରକ୍ଷିତ ଥିବା ବେଳେ ଖସିପଡିଥିବା ଗାଁରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି । ସୁରତଗଡରୁ ଉଡାଣ ଭରିଥିଲା ବିମାନ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ଉଡାଣ ଭରିବା ବେଳେ କୌଣସି କାରଣରୁ ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଯାଇଥିଲା ମିଗ୍-୨୧ । ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଦୁଇ ପାଇଲଟ । ଦୁର୍ଘଟଣା ଘଟିବା ପରେ ପାଇଲଟ ପାରାସୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ । କିନ୍ତୁ ବିମାନଟି ଏକ ଘର ଉପରେ ପଡିଯାଇଥିଲା । ଫଳରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏୟାରଫୋର୍ସ ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
ବିମାନଟି ନିୟନ୍ତ୍ରଣ ହରାଇ ଏକ ଘର ଉପରେ ଖସି ପଡିଥିଲା । ଏହି ଘଟଣାରେ ମିଗ୍-୨୧ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପାଇଲଟ ଏବଂ ଅନ୍ୟ ଆହତମାନଙ୍କୁ ଉଦ୍ଧାର କରିଥିଲେ ।
ତେବେ ଦୁର୍ଘଟଣା କାହିଁକି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ ଲୋକଙ୍କୁ ଦୂରେଇ ରହିବା ପାଇଁ କୁହାଯାଇଛି ।
ସୂଚନା ମୁତାବକ, ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ବାୟୁସେନାର ଦୁଇଟି ଲଢୁଆ ବିମାନ ସୁଖୋଇଏସୟୁ-୩୦ ଏବଂ ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଜଣେ ପାଇଲଟଙ୍କ ଜୀବନ ଚାଲିଯାଇଥିଲା ।