Below header

ବସ୍‌ ଷ୍ଟପରେ ଠିଆ ହୋଇଥିବା ଯାତ୍ରୀଙ୍କ ଉପରେ ଚଢିଗଲା ଏସୟୁଭି କାର, ୮ ମୃତ

ଆମେରିକାର ଟେକ୍ସାସରେ ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍‌ ଷ୍ଟପରେ ଠିଆହୋଇଥିବା ଲୋକଙ୍କ ଉପରେ ଚଢିଗଲା ରେଞ୍ଜ ରୋଭର । ଘଟଣା ସ୍ଥଳରେ ୮ ମୃତ, ୫ ଆହତ ହୋଇଥିବା ଖବର ମିଳିଛି ।

ଆମେରିକାର ଟେକ୍ସାସ ବସ୍ ଷ୍ଟପରେ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଉପରେ ଚଢିଗଲା କାର । ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ସମୟ ସକାଳ ୮.୩୦ ମିନିଟରେ ଏକ ରେଞ୍ଜ ରୋଭର କାର ବସ୍‌ ଷ୍ଟପରେ ଠିଆ ହୋଇଥିବା ଯାତ୍ରୀଙ୍କ ଉପରେ ଚଢିଯାଇଥିଲା । ତେବେ ଏହା ଦୁର୍ଘଟଣା ନା ଜାଣିଶୁଣି ଏପରି କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ସୂଚନା ଅନୁଯାୟୀ, ଏକ ଶରଣାର୍ଥୀ କେନ୍ଦ୍ର ବାହାରେ ଥିବା ବସ୍‌ ଷ୍ଟପରେ ବସିବା ପାଇଁ କୌଣସି ସୁବିଧା ନଥିଲା । ତେଣୁ ରାସ୍ତା କଡରେ ବସି ବସ୍‌କୁ ଅପେକ୍ଷା କରିଥିଲେ । ଏହିସମୟରେ ଏକ ଏସୟୁଭି ରେଞ୍ଜ ରୋଭର କାର ଆସି ସେମାନଙ୍କ ଉପରେ ଚଢିଯାଇଥିଲା । ଏମାନଙ୍କ ଉପରେ ଗାଢି ଚଢିବା ପର ପାଖାପାଖି ୨୦୦ ମିଟର ଯାଇ ଗାଡିଟି ଓଲଟି ପଡିଥିଲା । ଘଟଣଶ ପରେ ଡ୍ରାଇଭର ଜଣକ ଫେରାର ହେଉଥିବା ବେଳେ ଲୋକେ ତାଙ୍କୁ ବାକୁ କରିନେଇଥିଲେ ।

ଘଟଣାସ୍ଥଳରେ ଡ୍ରାଇଭର ସହ ଅନ୍ୟାନ୍ୟ ୧୦ ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି । ଏହି ଘଟଣାର ସିସିଟିଭି ଫୁଟେଜ ଭାଇରଲ ହେଉଛି । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର୍ଙ୍କୁ ଗିରଫ କରାଯାଇ ତାଙ୍କ ନାମରେ ବେପରୁଆ ଗାଡ଼ି ଚାଳନା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.