ଏହିସବୁ ଲକ୍ଷଣ ଦେଖାଦେଉଥିଲେ ହୋଇପାରେ କଲୋରେକ୍ଟାଲ କ୍ୟାନସର, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ

କଲୋରେକ୍ଟାଲ କ୍ୟାନସର ଲାର୍ଜ ଇନଟେଷ୍ଟାଇନରେ ହେଉଥିବା ଏକ ରୋଗ । ପାଚକ ନଳୀର ଶେଷ ଭାଗରେ କୋଷର ବୃଦ୍ଧି ଘଟିଲେ ଏହା ହୋଇଥାଏ । ମୁଖ୍ୟତଃ ୫୦ ବର୍ଷ ପାଖାପାଖି ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଦିଏ । ଏବଡୋମିନାଲ ପେନ, ରେକ୍ଟାଲ ବ୍ଲିଡିଂ, ଡାଇରିଆ ଓ ଆଇରନ ଡେଫିସିଏନସି ଆନେମିଆ ଭଳି ଲକ୍ଷଣ ପ୍ରକାଶ ପାଇଥାଏ ।

କେନ୍ୟୁଜ୍‌(ବ୍ୟୁରୋ): କଲୋରେକ୍ଟାଲ କ୍ୟାନସର ଆମ ଶରୀରର ବୃହଦନ୍ତ୍ର ବା ଲାର୍ଜ ଇନଟେଷ୍ଟାଇନରେ ହେଉଥିବା ଏକ ରୋଗ । ଏହାକୁ CRC, bowel cancer, colon cancer, or rectal cancer ମଧ୍ୟ କୁହାଯାଏ । ପାଚକ ନଳୀର ଶେଷ ଭାଗରେ କୋଷର ବୃଦ୍ଧି ଘଟିଲେ ଏହା ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଏହି କ୍ୟାନସର ନନ୍‌-କ୍ୟାନସର ସେଲର ବୃଦ୍ଧିରୁ ଆରମ୍ଭ ହୋଇଥାଏ । ଏହା ମୁଖ୍ୟତଃ ୫୦ ବର୍ଷ ପାଖାପାଖି ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଦିଏ । ଏହି ବୟସ ବର୍ଗର କ୍ଷେତ୍ରରେ ଏହି ରୋଗ ପୂର୍ବରୁ ୪ଟି ଲକ୍ଷଣ ଦେଖା ଦେଉଥିବା ଗବେଷଣାରୁ ଜଣାଯାଇଛି । ଯେଉଁ ଲକ୍ଷଣ ଗୁଡ଼ିକ କଲୋରେକ୍ଟାଲ କ୍ୟାନସରର ପ୍ରଥମ ଷ୍ଟେଜ୍‌ ସହ ସମ୍ପକ୍ରିତ । ସାଧାରଣ ଭାବେ କଲୋନ କ୍ୟାନସର ବୃଦ୍ଧାବସ୍ଥାରେ ଦେଖାଦେଇଥାଏ । କିନ୍ତୁ ୫୦ ବର୍ଷରୁ କମ ବୟସ ବର୍ଗ କ୍ଷେତ୍ରରେ ମଧ୍ୟ ଏହାକୁ ଚିହ୍ନଟ କରାଯାଉଛି ।

କଲୋନ କ୍ୟାନସର ଚିହ୍ନଟ ହେବାର ୩ମାସରୁ ୨ବର୍ଷ ପୂର୍ବରୁ ରୋଗୀ ନିକଟରେ ମୁଖ୍ୟତଃ ୪ଟି ଲକ୍ଷଣ ଦେଖାଦେଇ ଥାଏ । ଯଥା ଏବଡୋମିନାଲ ପେନ, ରେକ୍ଟାଲ ବ୍ଲିଡିଂ, ଡାଇରିଆ ଓ ଆଇରନ ଡେଫିସିଏନସି ଆନେମିଆ ଭଳି ଲକ୍ଷଣ ପ୍ରକାଶ ପାଇଥାଏ । ନ୍ୟାସନାଲ କ୍ୟାନସର ଇନଷ୍ଟିଟିଉଟର ଏକ ଜର୍ନାଲରେ ଏହା ଗବେଷଣା ତଥ୍ୟ ପ୍ରକାଶ ପାଇଛି ।

ଗବେଷଣାର ତଥ୍ୟ ଅନୁଯାୟୀ ଯଦି ଜଣକ କ୍ଷେତ୍ରରେ ଅଧିକ ମାତ୍ରାରେ ଲକ୍ଷଣ ପ୍ରକାଶ ପାଉଛି ତାଙ୍କ କ୍ଷେତ୍ରରେ କ୍ୟାନସରକୁ ଚିହ୍ନଟ କରିବା ସେତିକି ଅଧିକ ଜଟିଳ ହୋଇପଡିଥାଏ । ଯଦି କୌଣସି ଲକ୍ଷଣ ୨ଗୁଣ ମାତ୍ରାରେ ଦେଖାଦେଉଛି ତାହାର ଅର୍ଥ ସେ ରୋଗୀ ଜଣକ କ୍ୟାନସର ଦ୍ୱରା ଆକ୍ରାନ୍ତ ହୋଇ ସାରିଛନ୍ତି । ଯଦି ଜଣକ କ୍ଷେତ୍ରରେ ଦୁଇଟି ଲକ୍ଷଣ ଅଧିକ ମାତ୍ରାରେ ଦେଖାଦେଉଛି ତାଙ୍କ କ୍ଷେତ୍ରରେ ଏହି କ୍ୟାନସର ରୋଗର ମାତ୍ରା ୩.୫ ଗୁଣ ବୃଦ୍ଧି ପାଇଥାଏ । ସେହପରି ଯଦି ଜଣକ କ୍ଷେତ୍ରରେ ୩ରୁ ଅଧିକ ଲକ୍ଷଣ ଦେଖାଦେଉଛି ତାଙ୍କ ଠାରେ ଏହି ରୋଗର ମାତ୍ରା ୬.୫ଗୁଣ ବୃଦ୍ଧି ଦେଖା ଦିଏ ।

ଯଦି ଜଣକ କ୍ଷେତ୍ରରେ ରେକ୍ଟାଲ ବ୍ଲିଡିଂ ଓ ଆଇରନ ଡେଫିସିଏନସି ଆନେମିଆ ଉଭୟ ଦେଖାଦେଉଛି । ତେବେ ତାଙ୍କର ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି । ଏହାକୁ ଏଣ୍ଡୋସ୍କୋପି ମାଧ୍ୟମରେ ଚିକିତ୍ସା କରିବା ନିହାତି ଆବଶ୍ୟକ । ନହେଲେ ଆଗକୁ ଆପଣଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖାଦେଇ ପାରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆପଣ ଆପଣଙ୍କ ଲକ୍ଷଣକୁ ଅବହେଲା କରି ପାରିବେ ନାହିଁ । ଯଦି ଆପଣଙ୍କ ଠାରେ ଏହିସବୁ ଲକ୍ଷଣ ପ୍ରକାଶ ପାଉଛି ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ନହେଲେ ଭବିଷ୍ୟତରେ ବଡ଼ ସମସ୍ୟାର ସାମନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.