ଦେଶ ବିଦେଶ

ପୁଞ୍ଛ ହମ୍‌ଲା: ୨ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା

ଜମ୍ମୁ-କାଶ୍ମୀରର ପୁଞ୍ଛରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସେନା ଆକ୍ସନ ମୋଡକୁ ଆସିଛି । ଆତଙ୍କବାଦୀଙ୍କ ସନ୍ଧାନରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି । ଏହାରି ଭିତରେ ସେନା ଦୁଇ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏହାସହ ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି ।

ମେ’ ୪ରେ ପୁଞ୍ଛ ଜିଲ୍ଲାରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୫ ଜଣ ଯବାନ ଆହତ ହୋଇଥିବା ବେଳେ ପରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାପରେ ବଡ଼ ଧରଣର ଅପରେସନ୍ ଚାଲିଛି । ସୋମବାର ତୃତୀୟ ଦିନ ମଧ୍ୟ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜଙ୍ଗଲରେ ଖୋଜାଖୋଜା ଚାଲିଛି । ଏହି ଘଟଣାରେ ୧୮ରୁ ୨୦ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।

ସୁରକ୍ଷା ଏଜେନ୍ସିର କହିବା ହେଲା, ବାୟୁସେନା ଗାଡ଼ି ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଅଞ୍ଚଳକୁ ପଳାଇଛନ୍ତି । ସେଠାରେ ପ୍ରାକୃତିକ ଗୁମ୍ଫା ରହିଛି, ଯାହାକୁ ସେମାନେ ଲୁଚି ରହିବା ପାଇଁ ବ୍ୟବହାର କରନ୍ତି । ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ଏକେ-୪୭ ରାଇଫଲ, ଆମେରିକା ନିର୍ମିତ ଏମ୍‌୪ କାର୍ବାଇନ ରାଇଫଲ ଏବଂ ଷ୍ଟିଲ ଗୁଳି ବ୍ୟବହାର କରି ଏହି ଘଟଣା ଘଟାଇଥିଲେ ।

ପୁଞ୍ଛ ଆକ୍ରମଣରେ ଭାରତୀୟ ବାୟୁସେନାର ଯବାନ ଭିକ୍କି ପାହାଡେ ସହିଦ ହୋଇଛନ୍ତି । ୧୫ ଦିନ ପୂର୍ବରୁ ସେ ନିଜ ଡ୍ୟୁଟିକୁ ଫେରିଥିଲେ । ପାହାଡେ ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଘରକୁ ଯାଇଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛି । ଏସ୍‌ପି ମନୀଷ ଖତ୍ରୀ କହିଛନ୍ତି ଯେ ଭିକ୍କି ପାହାଡେ ହେଉଛନ୍ତି ମଧ୍ୟପ୍ରଦେଶ ଛିନ୍ଦଓ୍ଵାଡାର ନୋନିଆ କରବଲ ଅଞ୍ଚଳର ନିବାସୀ । ତାଙ୍କ ପାର୍ଥିବ ଶରୀରକୁ ସୋମବାର ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମହାରାଷ୍ଟ୍ରର ନାଗପୁର ଅଣାଯାଇଥିଲା । ଏହାପରେ ସ୍ୱତନ୍ତ୍ର ଗାଡ଼ିରେ ଛିନ୍ଦଓ୍ଵାଡା ନିଆଯାଇଥିଲା । ଗାର୍ଡ ଅଫ୍‌ ଅନର ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

5 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago