ଦେଶ ବିଦେଶ

ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ କରୁଥିଲେ ଦୁଷ୍କର୍ମ, ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କୁ ସସ୍‌ପେଣ୍ଡ୍‌ କଲେ ସିଏମ୍‌ କେଜ୍ରିଓ୍ଵାଲ

ଦିଲ୍ଲୀ ପୋଲିସ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ରହିଛି।

ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସମ୍ପୃକ୍ତ ଅଧିକାରୀଙ୍କୁ ପଦରୁ ସସ୍‌ପେଣ୍ଡ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବଠାଙ୍କୁ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ମାଗିଛନ୍ତି।

ସୂଚନା ରହିଛି କି, ଦିଲ୍ଲୀ ପୋଲିସର ଏକ ଟିମ୍‌ ଅଧିକାରୀଙ୍କ ଘରେ ପହଞ୍ଚିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ। ପୋଲିସ ମୁତାବକ, ନାବାଳିକା ଝିଅ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ୨୦୨୦ରେ ତାଙ୍କ ମା’, ବାପାଙ୍କ ମୃତ୍ୟୁ ପରେ ଅଧିକାରୀ ଜଣକ ନିଜ ଘନିଷ୍ଠ ବନ୍ଧୁଙ୍କ ଝିଅକୁ ଘରକୁ ନେଇଆସିଥିଲେ।

ଅଭିଯୋଗ ମୁତାବକ, ୨୦୨୦ରୁ ୨୦୨୧ ମଧ୍ୟରେ ଅଧିକାରୀ ଅନେକ ବାର ନାବାଳିକା ସହିତ ଦୁଷ୍କର୍ମ କରିଛନ୍ତି। ଏତିକି ନୁହେଁ, ଯେତେବେଳେ ନାବାଳିକା ଗର୍ଭବତୀ ହୋଇଥିଲେ, ଏ ସମ୍ପର୍କରେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଜଣାଇଥିଲେ। ଏହାପରେ ପତ୍ନୀ ନାବାଳିକାଙ୍କ ଗର୍ଭପାତ କରାଇ ଦେଇଥିଲେ।

ଏବେ ନାବାଳିକା ନିଜ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନାଁରେ ଆଇପିସିର ବିଭିନ୍ନ ଧାରା ଏବଂ ପୋକ୍ସୋ ଅଧୀନରେ ମାମଲା ରୁଜୁ କରିଛି।

Roshni

Recent Posts

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 min ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

13 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

24 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

10 hours ago