ଦେଶ ବିଦେଶ

ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ କେଜ୍ରିଓ୍ଵାଲ, ତୁରନ୍ତ ଶୁଣାଣି କରିବାକୁ ଦାବି

ଇଡି ଗିରଫକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ ହେବା ପରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କୁ କୋର୍ଟରେ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରିଛନ୍ତି । ଆଜିଠାରୁ କୋର୍ଟ ୪ ଦିନ ବନ୍ଦ ରହିବ । ମଙ୍ଗଳବାର ଦିନ କେଜ୍ରିଓ୍ଵାଲଙ୍କ ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ତାଙ୍କୁ ଝଟକା ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ଵାଲଙ୍କ ଗିରଫକୁ ଯଥାର୍ଥତା ବୋଲି କହିଛନ୍ତି ।

ଦିଲ୍ଲୀ ହାଇକୋର୍ଟ ମନି ଲଣ୍ଡରିଂ ମାମଲାରେ ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ଵାଲ ଯାଚିକା ଦାୟର କରିଥିଲେ । ସାଧାରଣ ବ୍ୟକ୍ତି ଏବଂ ଖାସ୍‌ ବ୍ୟକ୍ତିଙ୍କ ମଧ୍ୟରେ ଯାଞ୍ଚ ଅଲଗା ଅଲଗା ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ୯ଥର ସମନ ପଠାଯିବା ପରେ ମଧ୍ୟ ହାଜର ନ ହେବା ପରେ ୨୧ ମାର୍ଚ୍ଚରେ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଥିଲା ।

ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କେଜ୍ରିଓ୍ଵାଲ ଏବେ ଜେଲରେ ରହିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା । ତେବେ କେଜ୍ରିଓ୍ଵାଲ ଇଡିର ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି, ଏହା ଜାମିନ ମାମଲା ନୁହେଁ, ଗିରଫ ଯଥାର୍ଥ । କେଜ୍ରିଓ୍ଵାଲଙ୍କୁ ଗିରଫ ପାଇଁ ଇଡି ପାଖରେ ଯଥେଷ୍ଟ ପ୍ରମାଣ ରହିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଇଡି କେଜ୍ରିଓ୍ଵାଲଙ୍କ ଆବେଦନକୁ ବିରୋଧ କରିଥିଲା । ଇଡି କହିଛି କି, କେଜ୍ରିଓ୍ଵାଲ ନିର୍ବାଚନ ଆଧାରରେ ଗିରଫଦାରୀରୁ ବଞ୍ଚିପାରିବେ ନାହିଁ । କାହିଁକି ନା ଆଇନ ତାଙ୍କ ପାଇଁ ଏବଂ ସାଧାରଣ ନାଗରିକଙ୍କ ପାଇଁ ସମାନ ଭାବେ ଲାଗୁ ।

ଇଡି କେଜ୍ରିଓ୍ଵାଲଙ୍କୁ ୨୧ ମାର୍ଚ୍ଚରେ ପଚରାଉଚରା ପରେ ଗିରଫ କରିଥିଲା । ୨୨ ମାର୍ଚ୍ଚରେ ତାଙ୍କୁ କଷ୍ଟଡିକୁ ନେଇ ନିମ୍ନ ଅଦାଲତରେ ହାଜର କରିଥିଲା । ତଳକୋର୍ଟ କେଜ୍ରିଓ୍ଵାଲଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇଥିଲେ । ଏହାପରେ କୋର୍ଟ କେଜ୍ରିଓ୍ଵାଲଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago