ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ପହଞ୍ଚିଲେ କେଜ୍ରିଓ୍ଵାଲ, ତୁରନ୍ତ ଶୁଣାଣି କରିବାକୁ ଦାବି

ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ ହେବା ପରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କୁ କୋର୍ଟରେ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ମନି ଲଣ୍ଡରିଂ ମାମଲାରେ ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ଵାଲ ଯାଚିକା ଦାୟର କରିଥିଲେ ।

ଇଡି ଗିରଫକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ ହେବା ପରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କୁ କୋର୍ଟରେ ତୁରନ୍ତ ଶୁଣାଣି କରିବା ପାଇଁ ଦାବି କରିଛନ୍ତି । ଆଜିଠାରୁ କୋର୍ଟ ୪ ଦିନ ବନ୍ଦ ରହିବ । ମଙ୍ଗଳବାର ଦିନ କେଜ୍ରିଓ୍ଵାଲଙ୍କ ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ତାଙ୍କୁ ଝଟକା ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ଵାଲଙ୍କ ଗିରଫକୁ ଯଥାର୍ଥତା ବୋଲି କହିଛନ୍ତି ।

ଦିଲ୍ଲୀ ହାଇକୋର୍ଟ ମନି ଲଣ୍ଡରିଂ ମାମଲାରେ ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିଓ୍ଵାଲ ଯାଚିକା ଦାୟର କରିଥିଲେ । ସାଧାରଣ ବ୍ୟକ୍ତି ଏବଂ ଖାସ୍‌ ବ୍ୟକ୍ତିଙ୍କ ମଧ୍ୟରେ ଯାଞ୍ଚ ଅଲଗା ଅଲଗା ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ୯ଥର ସମନ ପଠାଯିବା ପରେ ମଧ୍ୟ ହାଜର ନ ହେବା ପରେ ୨୧ ମାର୍ଚ୍ଚରେ କେଜ୍ରିଓ୍ଵାଲଙ୍କୁ ଗିରଫ କରାଯାଇଥିଲା ।


ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । କେଜ୍ରିଓ୍ଵାଲ ଏବେ ଜେଲରେ ରହିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଥିଲା । ତେବେ କେଜ୍ରିଓ୍ଵାଲ ଇଡିର ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଥିଲେ । ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି, ଏହା ଜାମିନ ମାମଲା ନୁହେଁ, ଗିରଫ ଯଥାର୍ଥ । କେଜ୍ରିଓ୍ଵାଲଙ୍କୁ ଗିରଫ ପାଇଁ ଇଡି ପାଖରେ ଯଥେଷ୍ଟ ପ୍ରମାଣ ରହିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଇଡି କେଜ୍ରିଓ୍ଵାଲଙ୍କ ଆବେଦନକୁ ବିରୋଧ କରିଥିଲା । ଇଡି କହିଛି କି, କେଜ୍ରିଓ୍ଵାଲ ନିର୍ବାଚନ ଆଧାରରେ ଗିରଫଦାରୀରୁ ବଞ୍ଚିପାରିବେ ନାହିଁ । କାହିଁକି ନା ଆଇନ ତାଙ୍କ ପାଇଁ ଏବଂ ସାଧାରଣ ନାଗରିକଙ୍କ ପାଇଁ ସମାନ ଭାବେ ଲାଗୁ ।

ଇଡି କେଜ୍ରିଓ୍ଵାଲଙ୍କୁ ୨୧ ମାର୍ଚ୍ଚରେ ପଚରାଉଚରା ପରେ ଗିରଫ କରିଥିଲା । ୨୨ ମାର୍ଚ୍ଚରେ ତାଙ୍କୁ କଷ୍ଟଡିକୁ ନେଇ ନିମ୍ନ ଅଦାଲତରେ ହାଜର କରିଥିଲା । ତଳକୋର୍ଟ କେଜ୍ରିଓ୍ଵାଲଙ୍କୁ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇଥିଲେ । ଏହାପରେ କୋର୍ଟ କେଜ୍ରିଓ୍ଵାଲଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.