କୃଷ୍ଣ ଭଜନରେ ଲୀନ ହେଲେ ପାଣ୍ଡ୍ୟା ବ୍ରଦର୍ସ, ଭିଡିଓ ଭାଇରଲ

ହାର୍ଦ୍ଦିକ ଏବଂ କ୍ରୁଣାଲ ‘ହରେ କୃଷ୍ଣ ହରେ ରାମା’ ଭଜନ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ଆଇପିଏଲ୍‌ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଆଇପିଏଲର ପ୍ରଥମ ୩ଟି ମ୍ୟାଚ ହାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଗୋଟିଏ ମ୍ୟାଚ ଜିତିଛି ମୁମ୍ବାଇ । ଲଗାତାର ୩ଟି ମ୍ୟାଚ ହାରିବା ପରେ ଟ୍ରୋଲିଂର ଶିକାର ହୋଇଥିଲେ ପାଣ୍ଡ୍ୟା । ଏହାପରେ ଗୁଜରାଟ ସୋମନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଜିତିଯାଇଥିଲେ । ଏବେ ହାର୍ଦ୍ଦିକ ଭାଇ କ୍ରୁଣାଲ ପାଣ୍ଡ୍ରାଙ୍କ ସହିତ ଭଜନ ଗାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ମୁମ୍ବାଇ ଇଣ୍ଡିଆନ୍ସ ନିଜର ଆଗାମୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଘରେ ସଂକୀର୍ତ୍ତନର ଆୟୋଜନ କରିଛନ୍ତି । ଲକ୍ଷ୍ନୌ ସୁପର ଜିଆଣ୍ଟସର ଷ୍ଟାର ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଗ୍ରେଟଫୁଲ’ କ୍ୟାପସନ ସହ ଭିଡିଓ ପୋଷ୍ଟ କରିଛନ୍ତି ।

ଏହି ଭିଡିଓରେ ହାର୍ଦ୍ଦିକ ଏବଂ କ୍ରୁଣାଲ ‘ହରେ କୃଷ୍ଣ ହରେ ରାମା’ ଭଜନ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ସୂଚନାଯୋଗ୍ୟ, ୨୦୨୪ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ହୋଇନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିଲା । ଏହି ମ୍ୟାଚରେ ମୁମ୍ବାଇ ୬ ରନରେ ହାରିଥିଲା । ଏହାପରେ ଟିମ୍‌ ସିଜନର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିଥିଲା । ଏଥିରେ ମଧ୍ୟ ମୁମ୍ବାଇର ୩୧ ରନରେ ମ୍ୟାଚ ହାରିଥିଲା । ଏହାପରେ ତୃତୀୟ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓ୍ଵାଙ୍ଖଡେରେ ଘରୋଇ ପଡିଆରେ ଖେଳିଥିଲା । କିନ୍ତୁ ମୁମ୍ବାଇ ଏଥିରେ ମଧ୍ୟ ୬ ଓ୍ଵିକେଟରେ ପରାଜୟର ଶିକାର ହୋଇଥିଲା ।  ମୁମ୍ବାଇ ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ୧ ଟି ମ୍ୟାଚ ଜିତିଛି । ପଏଣ୍ଟ ଟେବୁଲରେ ୭ ନଂ ସ୍ଥାନରେ ରହିଛି ।

ସେହିପରି କ୍ରୁଣାଲଙ୍କ ଟିମ୍‌ ଲକ୍ଷ୍ନୌ ସୁପରଜିଆଣ୍ଟସ ୪ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଜିତିସାରିଛି । ଲକ୍ଷ୍ନୌ ପଏଣ୍ଟ ଟେବୁଲରେ ୩ ନଂ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.