ମ୍ୟାରେଜ୍‌ ପୂର୍ବରୁ ଯୁବପିଢିଙ୍କୁ ଲିଭ୍‌ ଇନ୍‌ରେ ରହିବାକୁ ପରାମର୍ଶ ଦେଉଛନ୍ତି ଜିନତ ଅମାନ, ଜାଣନ୍ତୁ କାହିଁକି

ଜିନତ ଅମାନ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ଆକ୍ଟିଭି ରହନ୍ତି । ଯେଉଁଠାରେ ସେ ପ୍ରାୟତଃ ନିଜ ଫ୍ୟାନ୍ସଙ୍କ ସହ କିଛି ଫଟୋ କିମ୍ବା ଭିଡିଓ ସେୟାର କରନ୍ତି ଏବଂ ସେମାନଙ୍କ ସହିତ କନେକ୍ଟ ରୁହନ୍ତି । ଏବେ ମଧ୍ୟ ଜିନତ ତାଙ୍କ ପୋଷ୍ଟ ଯୋଗୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ଭେଟେରାନ୍ ଅଭିନେତ୍ରୀ ଜିନତ ଅମାନ ତାଙ୍କ ସମୟର ସୁନ୍ଦରି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଅଭିନୟ ବ୍ୟତୀତ ସେ ନିଜ ସୈନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା ରୁହନ୍ତି । ତଥାପି ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର ଭଲ ବ୍ୟକ୍ତିତ୍ୱ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମନରେ ରହିଛନ୍ତି । ତେବେ ଜିନତ ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ଆକ୍ଟିଭି ରହନ୍ତି । ଯେଉଁଠାରେ ସେ ପ୍ରାୟତଃ ନିଜ ଫ୍ୟାନ୍ସଙ୍କ ସହ କିଛି ଫଟୋ କିମ୍ବା ଭିଡିଓ ସେୟାର କରନ୍ତି ଏବଂ ସେମାନଙ୍କ ସହିତ କନେକ୍ଟ ରୁହନ୍ତି । ଏବେ ମଧ୍ୟ ଜିନତ ତାଙ୍କ ପୋଷ୍ଟ ଯୋଗୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ବାସ୍ତବରେ ନିକଟରେ ଜିନତ ଇନଷ୍ଟାରେ ନିଜର କୁକୁର ଲିଲିଙ୍କ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଜିନତ ୭୨ ବର୍ଷ ବୟସରେ ହେବା ପରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତେବେ ଏହି ଫଟୋ ସେୟାର କରିବାବେଳେ ଜିନତ ଏକ ଲମ୍ବା କ୍ୟାପସନ୍ ମଧ୍ୟ ଲେଖିଛନ୍ତି । କ୍ୟାପସନ ଆରମ୍ଭରେ ଅଭିନେତ୍ରୀ ସମସ୍ତଙ୍କୁ ନିଜ କୁକୁର ଲିଲି ସହିତ ପରିଚିତ କରାଉଛନ୍ତି । ସେ କହିଛନ୍ତି ଯେ ମୁମ୍ବାଇର ରାସ୍ତାରୁ ଲିଲିଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ସେହି ସମୟ ଠାରୁ ସେ ତାଙ୍କ ସହ ଅଛନ୍ତି । ଏହା ପରେ ତାଙ୍କ କ୍ୟାପସନ୍‌ରେ ଅଭିନେତ୍ରୀ ଯୁବକମାନଙ୍କୁ ବିବାହ ପୂର୍ବରୁ ଲିଭ ଇନ୍ କରିବାକୁ ପରାମର୍ଶ ଦେଉଥିବାର ନଜର ଆସିଛନ୍ତି ।

ତେବେ ଜିନିତ ଲେଖିଛନ୍ତି, ଯଦି ଆପଣମାନେ ଏକ ରିଲେସନ୍‌ସିପ୍‌ରେ ଅଛନ୍ତି, ତାହେଲେ ମ୍ୟାରେଜ୍‌ ପୂର୍ବରୁ ଏକାଠି ରହିବା ଉଚିତ । ଏହା ସହ ଏହି ପରାମର୍ଶ ମୁଁ ସବୁବେଳେ ମୋ ପୁଅମାନଙ୍କୁ ଦେଇଥାଏ, ଏହା ସହ ସେମାନେ ଲିଭ୍‌ ଇନ୍‌ରେ ରହିସାରିଛନ୍ତି କିମ୍ବା ରହୁଛନ୍ତି । ତେବେ ସେ ଏପରି ମଧ୍ୟ କହିଛନ୍ତି ଯେ ମ୍ୟାରେଜ୍‌ ପୂର୍ବରୁ ଦୁଇ ଜଣ ନିଜ ସହିତ ରହିପାରୁଛନ୍ତି କି ନାହିଁ, ତାହା ଦେଖିବା ଉଚିତ । ଏହା ମୋ ପାଇଁ ଲଜିକଲ୍‌ ମନେହୁଏ ଯେ ଦୁଇ ଜଣ ସେମାନଙ୍କ ପରିବାର ଏବଂ ସରକାରକୁ ସେମାନଙ୍କ ସମୀକରଣରେ ଅନ୍ତର୍ଭୁକ୍ତ କରିବା ପୂର୍ବରୁ, ସେମାନେ ପ୍ରଥମେ ସେମାନଙ୍କର ରିଲେସନ୍‌ସପ୍‌କୁ ଟେଷ୍ଟ କରିବା ଉଚିତ୍ । ଏହା କରିବା ଦ୍ୱାରା ପରସ୍ପରର ନିଜର ଅନେକ ଭଲ ଗୁଣ ଏବଂ ଭୁଲ ବିଷୟରେ ଜାଣିପାରିବେ ଏବଂ ମ୍ୟାରେଜ୍‌ ପୂର୍ବରୁ ଏହାକୁ ଠିକ୍‌ କରିପାରିବେ । ଏହା ସହ ଲୋକମାନେ କ’ଣ କହିବେ ସେ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ ।

ତେବେ ଜିନତ ଅମାନ ୧୯୮୫ ମସିହାରେ ଅଭିନେତା ସଞ୍ଜୟ ଖାନଙ୍କୁ ସିକ୍ରେଟରେ ମ୍ୟାରେଜ୍‌ କରିଥିଲେ । ସେହି ସମୟରେ ସଞ୍ଜୟ ଖାନ ପୂର୍ବରୁ ବିବାହ କରିଥିଲେ, କିନ୍ତୁ ସେ ଜିନତଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ତାପରେ କିଛି ମାସ ପରସ୍ପରକୁ ଡେଟ କରିବା ପରେ ସଞ୍ଜୟ ଖାନ ଏବଂ ଜିନତ ଅମାନ ବିବାହ କରିଥିଲେ । ତେବେ ବିବାହର କିଛି ସମୟ ପରେ ସେମାନଙ୍କର ରିଲେସନ୍‌ସିପ୍‌ ଖରାପ ହେବାକୁ ଲାଗିଲା ଏବଂ ସେମାନେ ଅଲଗା ହୋଇଗଲେ । କୁହାଯାଏ ସଞ୍ଜୟ ଖାନଙ୍କର ବହୁତ ରାଗିବା ପ୍ରକୃତିର ଥିଲେ । ସେ ଜିନତ ଅମାନଙ୍କ ଉପରେ ଅନେକ ଥର ହାତ ଉଠାଇଥିଲେ, ଯେଉଁଥିପାଇଁ ଜିନତଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ଯେଉଁଥିପାଇଁ ସେ ପୋଟୋସିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଏହି ବର୍ଷ ଅଭିନେତ୍ରୀ ତାଙ୍କ ଆଖି ଚିକିତ୍ସା କରିଥିଲେ ।

ସଞ୍ଜୟ ଖାନଙ୍କ ସହିତ ତାଙ୍କ ଡଭୋର୍ସ ହେବା ପରେ, ଜିନତ ଅମାନ ପୁଣିଥରେ ଅଭିନେତା ମଜହର ଖାନଙ୍କ ପ୍ରେମରେ ପଡ଼ିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ରିଲେସନ୍‌ସିପ୍‌ ମଧ୍ୟ ଭଲରେ ଚାଲିନଥିଲା । ତେବେ ଗୋଟିଏ ଇଣ୍ଟରଭ୍ୟୁରେ ଜିନତ କହିଥିଲେ, ଯେ ମଜହରଙ୍କୁ ବିବାହ କରିବା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ଥିଲା । ମଜହରଙ୍କ ପରିବାର ଲୋକେ ଖୁବ୍‌ ରକ୍ଷଣଶୀଳ ଥିଲେ । ତାଙ୍କୁ ବହୁତ ନିର୍ଯାତନା ଦେଲେ । ଅନେକ ଫିଲ୍ମରେ ଜଣେ ସାହସୀ ଯୁବତୀର ଭୂମିକା ନିଭାଇଥିବା ଜିନତ୍‌ କିନ୍ତୁ ସବୁ ସହି ଯାଉଥିଲେ । ତାଙ୍କୁ କାମ କରିବାକୁ ଦେଉ ନଥିଲେ । ଏଥିସହ ଅଭିନେତ୍ରୀ ତାଙ୍କୁ ବିବାହର ୧୨ ବର୍ଷ ପରେ ଛାଡପତ୍ର ଦାଖଲ କରିଥିଲେ । ବେ କିନ୍ତୁ ମଜହର ଆଉ ଏ ଦୁନିଆରେ ନାହାନ୍ତି । ଅଭିନେତ୍ରୀ ଏକା ରହୁଛନ୍ତି ଏବଂ ଖୁସିରେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.