Flipkart ଆରମ୍ଭ କରିଲା Bus Booking ସର୍ଭିସ, ମାତ୍ର ୧ ଟଙ୍କାରେ ବୁକ୍ ହେବ ଟିକେଟ୍!

ଯଦି ଆପଣ ଫ୍ଲିପକାର୍ଟ ୟୁଜର, ତେବେ ଆପଣ ଶସ୍ତା ଜିନିଷ ସହିତ ଶସ୍ତା ଟ୍ରାଭେଲ ମଧ୍ୟ ଉପଭୋଗ କରିପାରିବେ । ଫ୍ଲିପକାର୍ଟର ବସ୍ ବୁକିଂ ସର୍ଭିସ ମାଧ୍ୟମରେ ଆପଣ ବହୁତ କମ୍ ମୂଲ୍ୟରେ ଟିକେଟ୍ ବୁକ୍ କରିପାରିବେ ।

ଅଗ୍ରଣୀ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏକ ନୂଆ ବସ୍ ବୁକିଂ ସର୍ଭିସ ଆରମ୍ଭ କରିଛି । କମ୍ପାନୀ ନିଜ ୟୁଜର୍ସଙ୍କୁ ନିଜ ଆପରେ ବସ୍ ବୁକିଂ ସର୍ଭିସ ଯୋଗାଇ ଦେଇଛି । ଯଦି ଆପଣ ଫ୍ଲିପକାର୍ଟ ୟୁଜର, ତେବେ ଆପଣ ଶସ୍ତା ଜିନିଷ ସହିତ ଶସ୍ତା ଟ୍ରାଭେଲ ମଧ୍ୟ ଉପଭୋଗ କରିପାରିବେ । ଫ୍ଲିପକାର୍ଟର ବସ୍ ବୁକିଂ ସର୍ଭିସ ମାଧ୍ୟମରେ ଆପଣ ବହୁତ କମ୍ ମୂଲ୍ୟରେ ଟିକେଟ୍ ବୁକ୍ କରିପାରିବେ ।

ବସ୍ ବୁକିଂ ସର୍ଭିସ ପାଇଁ ଫ୍ଲିପକାର୍ଟ ପରିବହନ ନିଗମ ଏବଂ ଅନେକ ରାଜ୍ୟର ଘରୋଇ ଏଗ୍ରିଗେଟର୍ ସହିତ ସହଭାଗୀ ହୋଇଛି । ଏହାର ବସ୍ ବୁକିଂ ସର୍ଭିସ ମାଧ୍ୟମରେ ଫ୍ଲିପକାର୍ଟ ଭାରତର ୨୫୦୦୦ ରୁ ଅଧିକ ସହରକୁ କନେକ୍ଟିଭିଟି ସୁବିଧା ଯୋଗାଇବ । କମ୍ପାନୀର ଏହି ନୂତନ ସର୍ଭିସ ଲକ୍ଷ ଲକ୍ଷ ୟୁଜରମାନଙ୍କ ପାଇଁ ବହୁତ ସୁବିଧାଜନକ ହେବାକୁ ଯାଉଛି ।

ଫ୍ଲିପକାର୍ଟର ବସ୍ ବୁକିଂ ସର୍ଭିସରେ ୟୁଜର୍ସମାନେ ୧୦ ଲକ୍ଷରୁ ଅଧିକ ବସ୍ ର ଅପ୍ସନ ପାଇବେ । ବସ୍ ଟିକେଟ୍ ବ୍ୟତୀତ ଆପଣ ଆପରୁ ବିମାନ ଏବଂ ହୋଟେଲ ବୁକ୍ ମଧ୍ୟ କରିପାରିବେ । ତଥାପି, ଏହି ସର୍ଭିସ ଗୁଡିକ ଫ୍ଲିପକାର୍ଟର ଟ୍ରାଭେଲ ସେକ୍ସନରେ ପୂର୍ବରୁ ଉପସ୍ଥିତ । କମ୍ପାନୀ ଦୀର୍ଘ ସମୟ ଧରି ଏହାର ବିଜ୍ଞାପନ ଦେଖାଉଥିଲା କିନ୍ତୁ ବର୍ତ୍ତମାନ ଏହି ସର୍ଭିସ ଲାଇଭ୍ ହୋଇଛି ।

ଫ୍ଲିପକାର୍ଟ ଉଭୟ ଆଣ୍ଡ୍ରଏଡ୍ ଏବଂ iOS ପ୍ଲାଟଫର୍ମ ପାଇଁ ଏହି ନୂତନ ଫିଚର ରୋଲ୍ କରିଛି । ବସ୍ ଟିକେଟ୍ ବୁକିଂ ଆରମ୍ଭ କରିବା ସହିତ ଫ୍ଲିପକାର୍ଟ ମଧ୍ୟ କିଛି ଧମାକାଦାର ଅଫର ମଧ୍ୟ ଆଣିଛି । କିନ୍ତୁ ଏହି ଅଫରଗୁଡ଼ିକ କେବଳ ଲିମିଟେଡ ଟାଇମ ପିରିୟଡ ପାଇଁ । କମ୍ପାନୀ ଗ୍ରାହକଙ୍କୁ ମାତ୍ର ୧ ଟଙ୍କାରେ ଟିକେଟ ବୁକ୍ କରିବାର ସୁଯୋଗ ଦେଉଛି । କିନ୍ତୁ ଏହି ଅଫର lucky draw ସର୍ଭିସ ଅଧୀନରେ ଉପଲବ୍ଧ ହେବ । ଯଦି ଆପଣ କମ୍ପାନୀର lucky draw winner, ତେବେ ଆପଣ ଫ୍ଲିପକାର୍ଟରେ ମାତ୍ର ୧ ଟଙ୍କାରେ ଟ୍ରାଭେଲ କରିବା ପାଇଁ ଟିକେଟ ବୁକ୍ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.