ହେଲିକପ୍ଟରରେ ମାଛଭଜା ଓ ରୁଟି ଖାଇଲେ ତେଜସ୍ୱୀ ଯାଦବ, ଭିଡିଓ ଜାରି କହିଲେ… କିଛି ଲୋକଙ୍କୁ ନିଶ୍ଚିତ ରାଗ ଲାଗୁଥିବ

ହେଲିକପ୍ଟରରେ ମାଛଭଜା ଓ ରୁଟି ଖାଇଲେ ତେଜସ୍ୱୀ ଯାଦବ । ତେଜସ୍ୱୀ ଥାଳିରେ ଥିବା ଲଙ୍କା ଉଠାଇ କହୁଛନ୍ତି, ଆମ ଦୁଇଜଣଙ୍କୁ ଏକାଠି ଦେଖି ଅନେକ ଲୋକଙ୍କୁ ନିଶ୍ଚିତ ରାଗ ଲାଗୁଥିବ । ତେଜସ୍ୱୀ କହୁଛନ୍ତି, ଦିନଯାକ ପ୍ରଚାର କରିବା ପରେ ମାତ୍ର ୧୦-୧୫ ମିନିଟ ଏଭଳି ଲଞ୍ଚ କରିବାକୁ ସମୟ ମିଳୁଛି ।

ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମଇଦାନରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସମସ୍ତ ଦଳର ନେତା ବିଭିନ୍ନ ସ୍ଥାନରେ ଜନସଭା କରି ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ ରାଲି କରି ଭୋଟ ମାଗୁଛନ୍ତି । ତେବେ ଏହା ମଧ୍ୟରେ ନବରାତ୍ରି ଚାଲିଥିବା ବେଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ହେଲିକପ୍ଟରରେ ଭିଆଇପି ପ୍ରମୁଖ ମୁକେଶ ସହନୀଙ୍କ ସହିତ ଲଞ୍ଚରେ ମାଛ ଏବଂ ରୁଟି ଖାଉଥିବାର ନଜର ଆସିଛନ୍ତି । ଯାହା ଏବେ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ତେଜସ୍ୱୀ ଥାଳିରେ ଥିବା ଲଙ୍କା ଉଠାଇ କହୁଛନ୍ତି, ଆମ ଦୁଇଜଣଙ୍କୁ ଏକାଠି ଦେଖି ଅନେକ ଲୋକଙ୍କୁ ନିଶ୍ଚିତ ରାଗ ଲାଗୁଥିବ । ତେଜସ୍ୱୀ କହୁଛନ୍ତି, ଦିନଯାକ ପ୍ରଚାର କରିବା ପରେ ମାତ୍ର ୧୦-୧୫ ମିନିଟ ଏଭଳି ଲଞ୍ଚ କରିବାକୁ ସମୟ ମିଳୁଛି । ଭିଡିଓ ସେୟାର କରି ତେଜସ୍ୱୀ ଲେଖିଛନ୍ତି, ନିର୍ବାଚନ ପ୍ରଚାର ବ୍ୟସ୍ତତା ଭିତରେ ହେଲିକପ୍ଟରରେ ଭୋଜନ !

ସେ ଆହୁରି ମଧ୍ୟ କହିଛନ୍ତି, ବାହାରେ ଲୁ ବୋହୁଛି, ତେଣୁ ନିଜ ସାଥିରେ ପିଇବା ପାଇଁ ମଠା, ବେଲ ପଣା, ଛତୁଆ ଏବଂ ତରଭୂଜ ଜୁସ୍‌ ରଖିନ୍ତୁ । ପୁରା ଦିନ ପ୍ରଚାର କରୁଛି । ଆମକୁ ଏହି ୧୦-୧୫ ମିନିଟ ସମୟ ମିଳୁଛି କି ଆମେ ଲଞ୍ଚ କରିବୁ । ଆଜି ମୁକେଶଜୀ ଖାଇବା ଆଣିଥିଲେ । ମାଛ ଆଣିଛନ୍ତି । ବହୁତ ଟେଷ୍ଟି । ଏହାସହିତ ରୁଟି, ଲୁଣ, ପିଆଜ ଏବଂ କଞ୍ଚାଲଙ୍କା । ମୁକେଶ ଜୀଙ୍କୁ ମାଛ ଖୁଆଇଥିବାରୁ ଧନ୍ୟବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.