ରାତି ହେଲେ ବଜାରରେ ବୁଲୁଛି ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ସହରରେ ବୁଲୁଛି ଭାଲୁ। ନୂଆପଡ଼ା ଖଡିଆଳ ସହରରେ ବୁଲୁଛି । ରାତି ହେଲେ ବଜାରରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ରାତିରେ ବଜାରରେ ଲୋକଙ୍କ ଘର ସାମ୍ନାରେ ଭାଲୁ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇଛନ୍ତି ।

ନୂଆପଡ଼ା (କେନ୍ୟୁଜ): ସହରରେ ବୁଲୁଛି ଭାଲୁ । ନୂଆପଡ଼ା ଖଡିଆଳ ସହରରେ ବୁଲୁଛି । ରାତି ହେଲେ ବଜାରରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତିରେ ବଜାରରେ ଲୋକଙ୍କ ଘର ସାମ୍ନାରେ ଭାଲୁ ବୁଲୁଥିବା ନେଇ ଲୋକେ ଭୟଭୀତ ହୋଇଛନ୍ତି । ଖଡ଼ିଆଳ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି ।
ସୂଚନା ଯୋଗ୍ୟ ଏପ୍ରିଲ ୨ରେ ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ଭୁବନର ପୂର୍ତ୍ତବିଭାଗ ଡାକବଙ୍ଗଳା, ଅଗ୍ନିଶମ ପରିସର ସହ ନୂଆଭୁବନ ଅଞ୍ଚଳରେ ଭାଲୁକୁ ଦେଖିଥିଲେ ସ୍ଥାନୀୟ ଲୋକ । ତେବେ ଏନେଇ ଭୁବନ ବନବିଭାଗ ପକ୍ଷରୁ ରାତିରେ ପାଟ୍ରୋଲିଂ ପାଇଁ ସାଧାରଣରେ ଦାବି ହୋଇଥିଲା ।