ଘର ତାଲା ଭାଙ୍ଗି ଲୁଟ, ଜଙ୍ଗଲରୁ ଉଦ୍ଧାର ହେଲା କିଛି ଚୋରି ସାମଗ୍ରୀ

ଏକୁଟିଆ ଦୁଇ ଜଣ ସ୍ତ୍ରୀ ଲୋକ ଦେଖି ଘରେ ବୁଲାଇଲେ କଳାକନା । ଘରର ଗ୍ୟାସ ଟାଙ୍କି ବି ଛାଡିଲେଣି ଏହି ଦୁର୍ବୃତ୍ତ । କୋଣାର୍କ ଥାନା ଅନ୍ତର୍ଗତ ମାଙ୍କଡଗୋରଡି ଗାଁର ଟୁନିସାହୁ ଓ ରୁମା ସାହୁଙ୍କ ଘରୁ ଗତ କିଛି ଦିନ ତଳେ ବିଳମ୍ବିତ ରାତିରେ ତାଲା କାଟି ଘରର ବିଭିନ୍ନ ଆସବାବପତ୍ର ସହ ଗ୍ୟାସ ଟାଙ୍କି ଏବଂ ଟଙ୍କା ପଇସା ଲୁଟି ନେଇଥିଲେ ଦୁର୍ବୃତ୍ତ ।

ଥମୁନି ଲୁଟେରାଙ୍କ ଆତଙ୍କ । ଏକୁଟିଆ ଦୁଇ ଜଣ ସ୍ତ୍ରୀ ଲୋକ ଦେଖି ଘରେ ବୁଲାଇଲେ କଳାକନା । ଘରର ଗ୍ୟାସ ଟାଙ୍କି ବି ଛାଡିଲେଣି ଏହି ଦୁର୍ବୃତ୍ତ । କୋଣାର୍କ ଥାନା ଅନ୍ତର୍ଗତ ମାଙ୍କଡଗୋରଡି ଗାଁର ଟୁନିସାହୁ ଓ ରୁମା ସାହୁଙ୍କ ଘରୁ ଗତ କିଛି ଦିନ ତଳେ ବିଳମ୍ବିତ ରାତିରେ ତାଲା କାଟି ଘରର ବିଭିନ୍ନ ଆସବାବପତ୍ର ସହ ଗ୍ୟାସ ଟାଙ୍କି ଏବଂ ଟଙ୍କା ପଇସା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଟୁନିସାହୁ ଓ ରୁମା ସାହୁ ।

ଘର ତାଲା ଭାଙ୍ଗି ଲୁଟିନେବା ଘଟଣା ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀଙ୍କ ବଦଳରେ, କାଜୁ ଜଙ୍ଗଲରୁ ନିଆଁ ଲିଭାଇବାକୁ ଯାଇ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କଲେ କିଛି ଚୋରି ସାମଗ୍ରୀ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା । ଅଭିଯୋଗ ପରେ କୋଣାର୍କ ପୋଲିସ ଚୋରି ଯାଇଥିବା ଜିନିଷ ଖୋଜାଖୋଜି ଚଳାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜୁଣେଇ ଗାଁ କାଜୁ ଜଙ୍ଗଲରେ ନିଆଁ ଲାଗିଯାଇଥିଲା ।

ଖବର ପାଇଁ ଚମ୍ପାହାର ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବା ବେଳେ କିଆ ବଣଭିତରୁ ଗ୍ୟାସ ଟାଙ୍କି ସହ ଦୁଇଟି ହାତୁଡ଼ି ଏବଂ ଏକ କଟର ମେସିନ ପାତକୁ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । କୋଣାର୍କ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ଗ୍ୟାସ ଟାଙ୍କି ସହ ହାତୁଡ଼ି ଓ କଟର ମେସିନ ପାତକୁ ଜବତ କରି ଏବେ ଚୋରକୁ ଖୋଜୁଛି ।

ସେପଟେ ଟୁନିସାହୁ ଓ ରୁମା ସାହୁ କହିବା କଥା ତାଙ୍କ ଘରେ ସେମାନେ କେବଳ ଦୁଇଜଣ ମହିଳା ହିଁ ରୁହନ୍ତି ଏବଂ ତାଙ୍କ ଦୁଇ ପୁଅ ବମ୍ବେରେ ରହୁଛନ୍ତି । ତେଣୁ ଏମାନଙ୍କ ଅନ୍ୟ ଜିନିଷ ପତ୍ର ସହ ଟଙ୍କା ପଇସା ଖୋଜି ଦେବା ସହ ଚୋରକୁ ଗିରଫ କରିବାକୁ ଦୁଇ ମହିଳା ଦାବି କରିଛନ୍ତି । ଅନ୍ୟ ପକ୍ଷରେ କୋଣାର୍କ ପୋଲିସ ଗତକାଲି ରାତିରେ ଗ୍ୟାସ ଟାଙ୍କି, ହାତୁଡ଼ି ଓ କଟର ମେସିନ ପାତ ଜବତ କରି ତଦନ୍ତ ଚଳାଇବା ସହ ଖୁବ ଶ୍ରୀଘ୍ର ଚୋରକୁ ଧରିବାକୁ ସୂଚନା ଦେଇଛି ।

ତେବେ ଆଜିକାଲି ଏଭଳି ଲୁଟ ମାମଲା ଖୁବ ସାଧାରଣ ହୋଇଗଲାଣି । ସୁଯୋଗ ପାଇଲେ ଏ ଚୋରମାନେ ଟଙ୍କା ପଇସା ଘରୋଇ ଜିନିଷ ଆଦି ଚୋରି କରି ଫେରାର ମାରନ୍ତି । ଏମିତି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି । ଲୋକମାନେ ଯେତେ ସତର୍କ ହେଲେ ମଧ୍ୟ ଚୋରମାନେ ଚୋରି କରିବା ଛାଡ଼ୁ ନାହାନ୍ତି । ତେଣୁ ଆପଣ ଏଭଳି ଲୁଟରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଯଥେଷ୍ଟ ସତର୍କ ଏବଂ ସାବଧାନ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.