ମେଘାଳୟ ପୋଲିସରେ ୨୯୬୮ ପଦବୀ ପାଇଁ ଭର୍ତ୍ତି, ୯ମ ପାସ୍ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ
ମେଘାଳୟ ପୋଲିସ ବିଭାଗ ପକ୍ଷରୁ ଖାଲିପଡିଥିବା ପଦବୀ ପାଇଁ ଭର୍ତ୍ତି ହେଉଛି । ଏହା ଅଧିନରେ ସବ ଇନ୍ସପେକ୍ଟର, ଡ୍ରାଇଭର କନଷ୍ଟେବଳ ଫାୟରମ୍ୟାନ, ସିଗ୍ନାଲ ଅପରେଟର ସମତେ ଅନେକ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ମେଘାଳୟ ପୋଲିସର ଅଫିସିଆଲ ୱେବସାଇଟ megpolice.gov.in କୁ ଯାଇ ଆବେଦନ କରିପାରିବେ ।

ପୋଲିସ ବିଭାଗରେ ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ବଢିଆ ସୁଯୋଗ । ମେଘାଳୟ ପୋଲିସ ବିଭାଗ ପକ୍ଷରୁ ଖାଲିପଡିଥିବା ପଦବୀ ପାଇଁ ଭର୍ତ୍ତି ହେଉଛି । ଏହା ଅଧିନରେ ସବ ଇନ୍ସପେକ୍ଟର, ଡ୍ରାଇଭର କନଷ୍ଟେବଳ ଫାୟରମ୍ୟାନ, ସିଗ୍ନାଲ ଅପରେଟର ସମତେ ଅନେକ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ମେଘାଳୟ ପୋଲିସର ଅଫିସିଆଲ ୱେବସାଇଟ megpolice.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଅନଲାଇନ ଆବେଦନ କରିବାକୁ ହେବ ।
ପଦବୀ ବିବରଣୀ : ୨୯୬୮
ୟୁବି ସବ୍ ଇନ୍ସପେକ୍ଟର: ୭୬
ଅନଆର୍ମଡ ବ୍ରାଞ୍ଚ କନଷ୍ଟେଳବ: ୭୨୦
ଫାୟରମ୍ୟାନ: ୧୯୫
ଡ୍ରାଇଭର ଫାୟାରମ୍ୟାନ: ୫୩
ଫାୟାରମ୍ୟାନ ମେକାନିକ : ୨୬
ଏମପିଆରଓ ଅପରେଟର: ୨୦୫
ସିଗ୍ନାଲ/ବିଏମ ଅପରେଟର: ୫୬
ଡ୍ରାଇଭର କନଷ୍ଟେବଳ : ୧୪୩
ବାଟାଲିୟନ କନଷ୍ଟେବଳ/ଏମପିଆରଓ ଜିଡି/କନଷ୍ଟେବଳ ଅପାରଣ୍ଟିସ: ୧୪୯୪
ଜରୁରୀ ତାରିଖ : ଏଥିପାଇଁ ଆବେଦନ ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ତେବେ ପଦବୀ ଅନୁସରେ ଗ୍ରାଜୁଏସନ/୧୨ଶ/୯ମ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ସୀମା : ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮/୨୧ ବର୍ଷରୁ ସର୍ବାଧିକ ବୟସ ୨୧/୨୭ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ ।
କେମିତି କରିବେ ଆବେଦନ:
ପ୍ରଥମେ ମେଘାଳୟ ପୋଲିସର ଅଫିସିଆଲ ୱେବସାଇଟ megpolice.gov.inକୁ ଯାଆନ୍ତୁ ।
ଏହାପରେ ହୋମପେଜରେ ନୋଟିସ ବୋର୍ଡ ରିକ୍ରୁଟମେଣ୍ଟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ ।
ସମସ୍ତ ବିବରଣୀ ଭରିବା ପରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ ।
ସମସ୍ତ ଦସ୍ତାବିଜ ଦେଇ ଅପଲୋଡ କରି ସବମିଟ କରନ୍ତୁ ।
ଶେଷରେ ଫର୍ମର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।