ସିପାହୀଙ୍କୁ ଟାଟୁ ମନା, ତୁରନ୍ତ ଲିଭାଇବାକୁ କମିଶନରେଟ ପୋଲିସର ନିର୍ଦ୍ଦେଶ

ସିପାହୀଙ୍କୁ ଟାଟୁ ମନା। ଟାଟୁ କରିପାରିବେନି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର କୌଣସି ସିପାହୀ । ଯେଉଁମାନେ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡିସିପି ସିକ୍ୟୁରିଟି ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ସିପାହୀଙ୍କୁ ଟାଟୁ ମନା । ଟାଟୁ କରିପାରିବେନି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର କୌଣସି ସିପାହୀ । ଯେଉଁମାନେ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏନେଇ ଡିସିପି ସିକ୍ୟୁରିଟି ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଏହି ନିୟମ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ହେବ ନାହିଁ ।

ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁଏଭଳି ନିର୍ଦ୍ଦେଶ ନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ । କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁନିର୍ଦ୍ଦେଶ ଦିଆଯାଇଛି ।  ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.