ଏଣିକି ଦଣ୍ଡିତ ହେବେ, ଆଉ ଚଳିବନି ମନମାନି: ପ୍ରତି ଛକରେ ହେବ କଡା ଚେକିଂ

ଏବେ ସାବଧାନ୍ ! ଆଉ ଚଳିବନି ମନମାନି । ମନ ଇଚ୍ଛା ନିଜ ମନମୁତାବକ ସରକାରୀ ନିୟମକୁ କରିପାରିବେନ ଫୁ । ଏବେ ନିୟମ କଡାକଡି, ଭୋଗିବାକୁ ପଡିବ ଦଣ୍ଡ । ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ ।

ଭୁବନେଶ୍ୱର(କେନ୍ୟୁଜ): ଏବେ ସାବଧାନ୍ ! ଆଉ ଚଳିବନି ମନମାନି । ମନ ଇଚ୍ଛା ନିଜ ମନମୁତାବକ ସରକାରୀ ନିୟମକୁ କରିପାରିବେନ ଫୁ । ଏବେ ନିୟମ କଡାକଡି, ଭୋଗିବାକୁ ପଡିବ ଦଣ୍ଡ । ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ ।

ହଁ ଆଜ୍ଞା, ପୁଣି ରାଜଧାନୀକୁ ଫେରିଲା କଳାକାଚ ଯାଞ୍ଚ ଅଭିଯାନ । ଗାଡିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି । କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ଜରିମାନା ଦେବାକୁ ପଡ଼ିବା ନେଇ ନିୟମ ରହିଛି । ଏହି ଘଟଣାକୁ ନେଇ ପୋଲିସ ମାମଲା ମଧ୍ୟ ରୁଜୁ କରିପାରିବ ।

ତେବେ କିଛି ଦିନର ନିରବତା ପରେ ପୁଣି ଫେରିଛି ଏହି କଳା କାଚ ଧରପଗଡ଼ । ଗତକାଲି ମଙ୍ଗଳବାରଠୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯାଇଛି । ପ୍ରଥମ ଦିନରେ ୨୧ଟି କାରରୁ କଳାକାଚ ବାହାର କରିଦିଆଯାଇଛି । ଜରିମାନା ବାବଦରେ ୭୧ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି । କାର୍ ଗୁଡିକ ପିଛା ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି ।

ସତ କହିବାକୁ ଗଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ଏବେ ରାଜନୈତିକ ଉଷ୍ଣତା ଦେଖାଦେଲାଣି । ନିର୍ବାଚନ ସମୟରେ କଲାକାଚ ଆଢୁଆଳରେ ଟଙ୍କା ଚାଲାଣ ଓ ଅନୈତିକ କାରବାର ଚାଲିବାର ଆଶଙ୍କା କରାଯାଉଛି । ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଖାନତଲାସୀ କରାଯାଇଥିଲା ।

ଏହାକୁ ନେଇ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଏହିପରି କଡ୍ଡା ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ଏହି ନିୟମକୁ ଆହୁରି ଜୋରଦାର କରାଯିବ । ପ୍ରତି ଛକ ଓ ସ୍ଥାନମାନଙ୍କରେ ହେବ ଚେକିଂ । ତେବେ ସୂଚନା ଥାଉକି, ଏନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱର DCP ଙ୍କୁ ନିର୍ଦ୍ଦେଶ ରହିଛି ।

ଟ୍ରାଫିକ DCPଙ୍କ ସହ କଟକ ଭୁବନେଶ୍ୱର DCP ଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। RTO ମାନେ ମଧ୍ୟ ଏହା ଉପରେ ନଜର ରଖିବେ । ନିର୍ବାଚନ ସମୟରେ କଳାକାଚ, ୱିନଡ୍ ସ୍କ୍ରିନ କିମ୍ବା ଅନ୍ୟ କୌଣସି ଫିଲ୍ମ ଲଗାଇଲେ ଏଣିକି ଦଣ୍ଡିତ ହେବେ । ଯାହା କୁହାଯାଉଛି କି, କଳା କାଚ ଆଢ଼ୁଆଳରେ ନିର୍ବାଚନ ସମୟରେ ଚୋରା ଟଙ୍କା ଚାଲାଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି । ଏନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । ତେଣୁ ଅମାନିଆ ସୁଧୁରିଯିବା ଉଚିତ୍ । ନହେଲେ ଆଇନ ଅବମାନନା ସେମାନଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.