ଦେଶୀ ମୋମୋ ଦୋକାନୀଙ୍କ ସାନଦାର୍ ଅଫର, ମାସକୁ ଦରମା ୨୫୦୦୦

ଏକ ଦେଶୀ ମୋମୋ ଦୋକାନୀ ନିଜ ଦୋକନ ପାଇଁ କାମ କରିବାକୁ ଏକ ହେଲପର୍ ଏବଂ କରିଗର ଖୋଜୁଥିବାବେଳେ, ସେ ଏକ ବିଜ୍ଞାପନ ପୋଷ୍ଟର ନିଜ ଦୋକନ ସମ୍ମୁଖରେ ମାରିଛନ୍ତି । ଯାହା ଏବେ ଚର୍ଚ୍ଚାରେ । ହଁ  ଥରେ ନଜର ପକାନ୍ତୁ ଏହି ପୋଷ୍ଟା ଉପରେ କାରିଗର ଏବଂ ହେଲପର ଚାକିରି ପାଇଁ ମାସକୁ ୨୫୦୦୦ ଦରମା ।

ସଭିଏଁ କଲେଜ ସରିବା ପରେ ଏକ ଭଲ ଚାକିରି ପାଇବା ପାଇଁ ସଂଘର୍ଷ କରିଥାନ୍ତି । ବାସ୍ତବିକ ଦୁନିଆରେ ପାଦ ରହିଥାନ୍ତି । କିନ୍ତୁ ସେତେବେଳେ ଚାକିରିରେ ମିଳୁଥିବା ବେତନ ଆଖିକୁ ଦେଖାଯାନଥାଏ । କିନ୍ତୁ ସେହି ବେତନରେ ବଞ୍ଚିବାକୁ ହୁଏ ଆଉ ଆଗକୁ ବଢିବାକୁ ହୁଏ । ତେବେ ସମସ୍ତଙ୍କର ମନରେ ଥାଏ ଗୋଟେ ଭଲ ଦରମା ଥିବା ଚାକିରିଟିଏ ମିଳିଯାଆନ୍ତିନି । ହେଲେ ତାହା ସମସ୍ତଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ ।

ହେଲେ ଆଜିର ଏକ ଖବର କିନ୍ତୁ ଆପଣଙ୍କୁ ଚକିତ କରିଦେବ । ଏକ ଦେଶୀ ମୋମୋ ଦୋକାନୀ ନିଜ ଦୋକନ ପାଇଁ କାମ କରିବାକୁ ଏକ ହେଲପର୍ ଏବଂ କରିଗର ଖୋଜୁଥିବାବେଳେ, ସେ ଏକ ବିଜ୍ଞାପନ ପୋଷ୍ଟର ନିଜ ଦୋକନ ସମ୍ମୁଖରେ ମାରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ।

ହଁ  ଥରେ ନଜର ପକାନ୍ତୁ ଏହି ପୋଷ୍ଟା ଉପରେ କାରିଗର ଏବଂ ହେଲପର ଚାକିରି ପାଇଁ ମାସକୁ ୨୫୦୦୦ ଦରମା । ନିକଟରେ ଏକ୍ସରେ ଏହି ପୋଷ୍ଟର ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯିଏବି ଦେଖିବ ଏହି ବିଜ୍ଞାପନ କିଛି ସମୟ ଆଖି ଖୋଲି ରହିଯିବ ।

@puttuboy25 ନାମକ ଜଣେ ଉପଭୋକ୍ତା ଏହି ମୋମୋ ଦୋନର ବାହାରେ ଲାଗିଥିବା ବିଜ୍ଞାପନକୁ ଦେଖିବା ପରେ ଚକିତ ହୋଇଯାଇଥିଲେ, ଏବଂ ଏହାର ଫଟୋ ସେୟାର କରିଥିଲେ । ହିନ୍ଦିରେ ଲେଖାଥିବା ଏହି ପୋଷ୍ଟରରେ ଜଣେ କାରିଗର କିମ୍ବା ସହାୟକ ଚାକିରି ପାଇଁ ମାସକୁ ୨୫୦୦୦ ଟଙ୍କାର ଚାକିରି ମିଳିବା ନେଇ ଦର୍ଶାଯାଇଛି। ଏହି ପୋଷ୍ଟର ଦେଖିବା ପରେ ସବୁ ଉପଭୋକ୍ତା ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ ।

ପ୍ରାୟ ଉପଭୋକ୍ତା ଲେଖିଛନ୍ତି, ଆଜିକାଲି କଲେଜ ପାସ୍ ଆଉଟ୍ ପିଲାଙ୍କୁ ବି ଏତେ ଭଲ ଅଫର୍ ଥିବା ଚାକିର ମିଳୁନି, ଯେମିତିକି ଏହି ମୋମୋ ଦୋକାନୀ ଜଣଙ୍କ ହେଲପର କିମ୍ବା କାରିଗରଙ୍କୁଅଫର କରିଛନ୍ତି । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, ଯଥା ଶୀଘ୍ର ଆବେଦନ କର । ସେହିପରି ଆଉ ଜଣେ ଉପଭେୋକ୍ତା ଲେଖିଛନ୍ତି ଇଣ୍ଡିଆ ଜାଣିବାକୁ ଚାହୁଁଛି କେଉଁଠି ଏ ଦୋକାନ । ତେବେ ଏହି ପୋଷ୍ଟରଟି ଖୁବ୍ ଭାଇରାଲ୍ ହେବା ସହିତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.