ଦେଶ ବିଦେଶ

ଉମେଶ ପାଲ ହତ୍ୟାକାଣ୍ଡ : ଅତିକ ଅହମ୍ମଦର ଫାଇନ୍ସାର ନଫିସ ବିରିୟାନୀ ମୃତ, ଜେଲରେ ଆସିଲା ହାର୍ଟଆଟାକ

ବହୁ ଚର୍ଚ୍ଚିତ ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ନଫିସ ବିରୟାନୀର ମୃତ୍ୟୁ ହୋଇଛି । ନଫିସ ଜେଲରେ ଥିବା ବେଳେ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁବରଣ କରିଛି । ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲରେ ହାର୍ଟଆଟାକ ଆସିବା ପରେ ନଫିସକୁ ପ୍ରୟାଗରାଜର ସେଣ୍ଟ୍ରାଲ ଜେଲରୁ ଜିଲ୍ଲା ନେହରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଇସିୟୁରେ ଥିବା ବେଳେ ତାର ଜୀବନ ଚାଲିଯାଇଛି ।

ଖବର ମୁତାବକ, ନଫିସ ବିରୟାନୀ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲରେ ବନ୍ଦ ଥିଲା । ପ୍ରୟାଗରାଜ ପ୍ରଶାସନ ମୃତ୍ୟୁ ଖବରକୁ ସ୍ପଷ୍ଟୋକ୍ତି କରିଛି । ହାର୍ଟ ଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ରବିବାର ରାତିରେ ନୈନି ଜେଲରେ ବନ୍ଦ ଥିବା ନଫିସର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାକୁ ଏସ୍ଆରଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨୪ ଘଣ୍ଟା ଧରି ଜେଲ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ପରେ ହାର୍ଟଆଟାକ ଯୋଗୁ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଉମେଶ ପାଲ୍ ହତ୍ୟା ମାମଲାରେ ନଫିସ ଅଭିଯୁକ୍ତ ଥିଲା । ଉମେଶ ପାଲ୍ ଏବଂ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସମୟରେ ଯେଉଁ କ୍ରେଟା କାର୍ ବ୍ୟବହୃତ ହୋଇଥିଲା ତାହା ନଫିସ ବିରିୟାନୀର ଥିଲା । ପୋଲିସ ନଫିସ ଉପରେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା । ତେବେ ଉମେଶ ପାଲ ହତ୍ୟାକାଣ୍ଡ ପରେ ସେ ଫେରାର ଥିଲା । ତେବେ ନଭେମ୍ବର ୨୨ ତାରିଖରେ ଏକ ଏନକାଉଣ୍ଟର ବେଳେ ନଫିସକୁ ପୋଲିସ ଗିରଫ କରିଥିଲା ।

ନଫିସ ପ୍ରଥମେ ପ୍ରୟାଗରାଜର ସିଭିଲି ଅଞ୍ଚଳରେ ପାନ ଦୋକାନ ଖୋଲିଥିଲା । ଏହାପରେ ଅତିକ ଭାଇ ଅସରଫ ସଂପର୍କରେ ଆସିବା ପରେ ବିରିୟାନୀ ଦୋକାନ ଖୋଲିଥିଲା । ମାସକୁ ୧ କୋଟି ଟଙ୍କା ଆୟ କରୁଥିଲା ନଫିସ । ଆଉ ଏହାର ଅଧା ଭାବେ ନଫିସ ଅତିକର ସ୍ତ୍ରୀକୁ ଦେଉଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ପ୍ରୟାଗରାଜରେ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ଏବଂ ତାଙ୍କର ଦୁଇ ସୁରକ୍ଷାକର୍ମୀଙ୍କୁ ୨୪ ଫେବୃଆରୀ ଦିନ ଦ୍ୱିପହରେ ଗୁଳି କରି ହତ୍ୟା କରାଯାଇଥିଲା । ୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫ ମୁଖ୍ୟ ଅଭିଯୁକ୍ତ ଥିଲେ । ତାଙ୍କୁ ଗିରଫ କରାଯାଇ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଉଥିବା ବେଳେ ୨୦୨୩ ଏପ୍ରିଲ ୧୬ ତାରିଖ ଦିନ ଉଭୟଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

Swagatika

Recent Posts

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

17 mins ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

22 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

30 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

54 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

1 hour ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

1 hour ago