ଦେଶ ବିଦେଶ

ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କଲେ ସଜ୍ଜନ ଜିନ୍ଦଲ; କହିଲେ, ‘ଏହା ମିଥ୍ୟା ଓ ଭିତ୍ତିହୀନ’

JSW ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲ ତାଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ମୁମ୍ବାଇର ଜଣେ ମହିଳା ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଜିନ୍ଦଲ ଏକ ଅଫିସିଆଲ୍‌ ବୟାନରେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହିତ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।

ସଜ୍ଜନ ଜିନ୍ଦଲ ରବିବାର ଏକ ବୟାନ ଜାରି କରି କହିଛନ୍ତି, ‘ସଜ୍ଜନ ଜିନ୍ଦଲ ଏହି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ପୂରା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ ଦେବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଯେହେତୁ ତଦନ୍ତ ଚାଲିଛି, ଆମେ ଏହି ସମୟରେ କୌଣସି ବି ଟିପ୍ପଣୀ କରିପାରିବୁ ନାହିଁ। ପରିବାରର ଗୋପନୀୟତାକୁ ସମ୍ମାନ ଜଣାଇବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ’।

ସେପଟେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ରେ ସେ ଜିନ୍ଦଲଙ୍କୁ ଦୁବାଇରେ ଏକ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ଭେଟିଥିଲେ। ଏହାପରେ ସେମାନେ ଅନେକ ବାର ପରସ୍ପରକୁ ଭେଟିଛନ୍ତି। ଜିନ୍ଦଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

ମହିଳା ଜଣକ ଚଳିତ ବର୍ଷ ଫେବୃୟାରୀରେ ପୋଲିସରେ ଅଭିଯୋଗ କରିଥିଲେ। ଯେତେବେଳେ ଏ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା, ସେତେବେଳେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଆଦେଶରେ ଗତ ୧୩ ତାରିଖ ବୁଧବାର ମୁମ୍ବାଇର ବିକେସି ଥାନାରେ ଆଇପିସି ଧାରା ୩୭୬, ୩୫୪ ଓ ୫୦୬ ଅଧୀନରେ ମାମଲା ରୁଜୁ କରାଯାଇଥିଲା।

ଅଭିଯୋଗ ମୁତାବକ, ଏହି ଘଟଣା ୨୦୨୨ ଜାନୁୟାରୀ ୨୨ରେ ଉଦ୍ଦ୍ୟୋଗପତିଙ୍କ ଅଫିସ୍‌ରେ ଘଟିଥିଲା। ମହିଳା ଏତଲାରେ ଦାବି କରିଛନ୍ତି କି, ସେ ସନ୍ଧ୍ୟା ୭ଟା ବେଳେ ସେଠାକୁ ଯାଇଥିଲେ, ଯାହା ପରେ ଉଦ୍ଦ୍ୟୋଗପତି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

41 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago