ଶସ୍ତାରୁ ହିନସ୍ତା : ୬ ଲକ୍ଷ ଟଙ୍କାରେ ଅନଲାଇନରେ କିଣିଲେ ଆଲିସାନ୍ ବଙ୍ଗଳା, ହେଲେ ଦେଖିବାକୁ ପହଁଚିବାବେଳକୁ ବ୍ୟକ୍ତିଙ୍କର ଉଡିଗଲା ହୋସ୍

ସାଉଥ୍ ଫ୍ଳୋରିଡା : ଶସ୍ତାରୁ ହିନସ୍ତା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସାଉଥ୍ ଫ୍ଳୋରିଡାରେ । ଆମେ ବିଭିନ୍ନ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ ଧରଣରେ ଅନଲାଇନ୍ ଜରିଆରେ ଠକାମୀର ଶିକାର ହୋଇଥିବାର ଶୁଣିଥିଲେ । ହେଲେ ଅନଲାଇନ୍ ଜରିଆରେ ଜଣେ ବ୍ୟକ୍ତି ଏପରି ଭାବେ ଟଙ୍କାକୁ ଲଗାଇଲେ ଯେ ଯାହାକୁ ଶୁଣିଲେ ଲାଗୁଛି କି ବ୍ୟକ୍ତି ଜଣଙ୍କ ନିଜ ଗୋଡରେ ନିଜେ କୁରାଢୀ ମାରିଛନ୍ତି । ଆଜ୍ଞା ହଁ କଥାଟି ହେଉଛି ଅନଲାଇନ୍ ରେ ଯଦି ଆମେ ମାନେ କିଛି ଶସ୍ତା ସାମଗ୍ରୀ ଦେଖନ୍ତି ତେବେ କିଛି ନବୁଝି ନ ସୁଝି ତାକୁ କିଣିବା ପାଇଁ ଚାହିଁଥାନ୍ତି । ଏପରି ଭାବେ ଜଣେ ବ୍ୟକ୍ତି ଅନଲାଇନ୍ ଦ୍ବାରା ଅତି ଶସ୍ତାରେ ମିଳୁଥିବା ଏକ ଆଲିସାନ୍ ଘରର ନିଲାମୀ ଚାଲିଥିବାର ଦେଖିଥିଲେ । ଘରଟି ଏତେ ସୁନ୍ଦର ହୋଇଥିବାବେଳେ ବ୍ୟକ୍ତି ଜଣଙ୍କ ସେହି ଘରଟିକୁ କିଣିବା ପାଇଁ ଚିନ୍ତା କଲେ ଏବଂ ଉକ୍ତ ନିଲାମୀରେ ଭାଗ ନେଇ ଭାଗ୍ୟ ବଶତଃ ଜିତି ଯାଇଥିଲେ । ଯାହା ଫଳରେ ବ୍ୟକ୍ତି ଜଣଙ୍କର ଖୁସିର ସୀମା ରହିନଥିଲା ।

ପରେ ବ୍ୟକ୍ତି ଜଣଙ୍କ ଉକ୍ତ ଠିକଣାରେ ପହଁଚିଥିଲେ । ଯେତେବେଳେ ସେ ଘରଟିକୁ ଦେଖିବାକୁ ପହଁଚିଲେ ଆଉ ସତ କଣ ଜାଣିବାକୁ ପାଇଲେ ତାଙ୍କର ହୋସ୍ ଉଡିଯାଇଥିଲା । ବ୍ୟକ୍ତି ଜଣ ୬.୩ ଲକ୍ଷ ଟଙ୍କା ଦେଇ ଯେଉଁ ଆଲିସାନ୍ ବଙ୍ଗଳା କିଣିଥିଲେ ଯାହାର ଅସଲ ମୂଲ୍ୟ ୧ କୋଟି ୨୩ ଲକ୍ଷ ଥିଲା ଦେଖିବାବେଳକୁ ଉକ୍ତ ଘର ସମ୍ମୁଖରେ ଥିବା ୧ଫୁଟ୍ ଚଉଡା ଏବଂ ୧୦୦ ଫୁଟ୍ ଲମ୍ବାର ଏକ ଘାସ ଗାଲିଚାକୁ ସେ କିଣିଥିବା ଜଣାପଡିଥିଲା ।

ସୂଚନା ମୁତାବକ ଘରର ମାଲିକାଣୀ କାର୍ବିଲ ହୋଲନେସ୍ ନିଜ ଘାସ ଗାଲିଚାକୁ ବିକ୍ରୀ କରିବାକୁ ଚାହିଁଥିଲେ । ଅନଲାଇନ୍ କମ୍ପାନୀ ଘାସ ଗାଲିଚା ଦେଖାଉଥିବାବେଳେ ଏହା ପଛରେ ଥିବା ଘରଟି ମଧ୍ୟ ଦେଖାଇଥିଲା । ଯାହା ଫଳରେ ବ୍ୟକ୍ତି ଜଣଙ୍କୁ ଲାଗିଥିଲା କି ଘରଟିର ନିଲାମୀ ଚାଲିଛି ଏବଂ ୬.୩ ଲକ୍ଷରେ ସେ ଏହି ଘରଟିକୁ ହାସିଲ୍ କରିନେଇଛନ୍ତି ।

ତେବେ ନିଲାମୀ କରୁଥିବା ୱେବସାଇଟ୍ ଉପରେ ଭୂଲ୍ ସୂଚନା ଦେଉଥିବା ଅଭିଯୋଗ କରି ବ୍ୟକ୍ତି ଜଣଙ୍କ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ହେଲେ ଏହି ୱେବସାଇଟ୍ ଟଙ୍କା ଫେରସ୍ତ କରିବାକୁ ମନାକରିଦେଇଛି । ଫଳରେ ଏବେ ବ୍ୟକ୍ତି ଜଣଙ୍କ ନିଜର ଟଙ୍କା ଫେରସ୍ତ ପାଇବା ପାଇଁ କୋର୍ଟର ସାହାରା ନେବାକୁ ପଡିବ । ତେଣୁ ଶସ୍ତାରୁ ହିନସ୍ତା ହେବା ଆଗରୁ ବିଶେଷ ସତର୍କତା ଅବଲମ୍ବନ କରିବା ନିହାତୀ ଆବଶ୍ୟକ ।

Sonalisa

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

31 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

32 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

36 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

42 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

45 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

56 mins ago