Below header

ଶସ୍ତାରୁ ହିନସ୍ତା : ୬ ଲକ୍ଷ ଟଙ୍କାରେ ଅନଲାଇନରେ କିଣିଲେ ଆଲିସାନ୍ ବଙ୍ଗଳା, ହେଲେ ଦେଖିବାକୁ ପହଁଚିବାବେଳକୁ ବ୍ୟକ୍ତିଙ୍କର ଉଡିଗଲା ହୋସ୍

ସାଉଥ୍ ଫ୍ଳୋରିଡା : ଶସ୍ତାରୁ ହିନସ୍ତା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସାଉଥ୍ ଫ୍ଳୋରିଡାରେ । ଆମେ ବିଭିନ୍ନ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ ଧରଣରେ ଅନଲାଇନ୍ ଜରିଆରେ ଠକାମୀର ଶିକାର ହୋଇଥିବାର ଶୁଣିଥିଲେ । ହେଲେ ଅନଲାଇନ୍ ଜରିଆରେ ଜଣେ ବ୍ୟକ୍ତି ଏପରି ଭାବେ ଟଙ୍କାକୁ ଲଗାଇଲେ ଯେ ଯାହାକୁ ଶୁଣିଲେ ଲାଗୁଛି କି ବ୍ୟକ୍ତି ଜଣଙ୍କ ନିଜ ଗୋଡରେ ନିଜେ କୁରାଢୀ ମାରିଛନ୍ତି । ଆଜ୍ଞା ହଁ କଥାଟି ହେଉଛି ଅନଲାଇନ୍ ରେ ଯଦି ଆମେ ମାନେ କିଛି ଶସ୍ତା ସାମଗ୍ରୀ ଦେଖନ୍ତି ତେବେ କିଛି ନବୁଝି ନ ସୁଝି ତାକୁ କିଣିବା ପାଇଁ ଚାହିଁଥାନ୍ତି । ଏପରି ଭାବେ ଜଣେ ବ୍ୟକ୍ତି ଅନଲାଇନ୍ ଦ୍ବାରା ଅତି ଶସ୍ତାରେ ମିଳୁଥିବା ଏକ ଆଲିସାନ୍ ଘରର ନିଲାମୀ ଚାଲିଥିବାର ଦେଖିଥିଲେ । ଘରଟି ଏତେ ସୁନ୍ଦର ହୋଇଥିବାବେଳେ ବ୍ୟକ୍ତି ଜଣଙ୍କ ସେହି ଘରଟିକୁ କିଣିବା ପାଇଁ ଚିନ୍ତା କଲେ ଏବଂ ଉକ୍ତ ନିଲାମୀରେ ଭାଗ ନେଇ ଭାଗ୍ୟ ବଶତଃ ଜିତି ଯାଇଥିଲେ । ଯାହା ଫଳରେ ବ୍ୟକ୍ତି ଜଣଙ୍କର ଖୁସିର ସୀମା ରହିନଥିଲା ।

carପରେ ବ୍ୟକ୍ତି ଜଣଙ୍କ ଉକ୍ତ ଠିକଣାରେ ପହଁଚିଥିଲେ । ଯେତେବେଳେ ସେ ଘରଟିକୁ ଦେଖିବାକୁ ପହଁଚିଲେ ଆଉ ସତ କଣ ଜାଣିବାକୁ ପାଇଲେ ତାଙ୍କର ହୋସ୍ ଉଡିଯାଇଥିଲା । ବ୍ୟକ୍ତି ଜଣ ୬.୩ ଲକ୍ଷ ଟଙ୍କା ଦେଇ ଯେଉଁ ଆଲିସାନ୍ ବଙ୍ଗଳା କିଣିଥିଲେ ଯାହାର ଅସଲ ମୂଲ୍ୟ ୧ କୋଟି ୨୩ ଲକ୍ଷ ଥିଲା ଦେଖିବାବେଳକୁ ଉକ୍ତ ଘର ସମ୍ମୁଖରେ ଥିବା ୧ଫୁଟ୍ ଚଉଡା ଏବଂ ୧୦୦ ଫୁଟ୍ ଲମ୍ବାର ଏକ ଘାସ ଗାଲିଚାକୁ ସେ କିଣିଥିବା ଜଣାପଡିଥିଲା ।

ସୂଚନା ମୁତାବକ ଘରର ମାଲିକାଣୀ କାର୍ବିଲ ହୋଲନେସ୍ ନିଜ ଘାସ ଗାଲିଚାକୁ ବିକ୍ରୀ କରିବାକୁ ଚାହିଁଥିଲେ । ଅନଲାଇନ୍ କମ୍ପାନୀ ଘାସ ଗାଲିଚା ଦେଖାଉଥିବାବେଳେ ଏହା ପଛରେ ଥିବା ଘରଟି ମଧ୍ୟ ଦେଖାଇଥିଲା । ଯାହା ଫଳରେ ବ୍ୟକ୍ତି ଜଣଙ୍କୁ ଲାଗିଥିଲା କି ଘରଟିର ନିଲାମୀ ଚାଲିଛି ଏବଂ ୬.୩ ଲକ୍ଷରେ ସେ ଏହି ଘରଟିକୁ ହାସିଲ୍ କରିନେଇଛନ୍ତି ।

Auctionତେବେ ନିଲାମୀ କରୁଥିବା ୱେବସାଇଟ୍ ଉପରେ ଭୂଲ୍ ସୂଚନା ଦେଉଥିବା ଅଭିଯୋଗ କରି ବ୍ୟକ୍ତି ଜଣଙ୍କ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ହେଲେ ଏହି ୱେବସାଇଟ୍ ଟଙ୍କା ଫେରସ୍ତ କରିବାକୁ ମନାକରିଦେଇଛି । ଫଳରେ ଏବେ ବ୍ୟକ୍ତି ଜଣଙ୍କ ନିଜର ଟଙ୍କା ଫେରସ୍ତ ପାଇବା ପାଇଁ କୋର୍ଟର ସାହାରା ନେବାକୁ ପଡିବ । ତେଣୁ ଶସ୍ତାରୁ ହିନସ୍ତା ହେବା ଆଗରୁ ବିଶେଷ ସତର୍କତା ଅବଲମ୍ବନ କରିବା ନିହାତୀ ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.