ଦେଶ ବିଦେଶ

ମୋଦିଙ୍କ ସହିତ ସେଲଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, କହିଲେ ଜି୨୦ ବୈଠକ ସଫଳ

ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ସମଗ୍ର ବିଶ୍ୱରୁ ନେତା ଆସି ଦିଲ୍ଲୀରେ ଏକତ୍ରିତ ହୋଇଛନ୍ତି । ଜି ୨୦ ସମ୍ମିଳନୀ ସଫଳ ହୋଇଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥେନି ଅଲବିନିଜ କହିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସେଲଫି ନେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆଦିଲ୍ଲୀ ଶିଖର ବାର୍ତ୍ତ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆର୍ଥିକ ସହଯୋଗ ବୁଝାମଣା ବିଷୟରେ ଚର୍ଚ୍ଚା ହୋଇଥିଲା ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ଜି୨୦ ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ବିଷୟରେ ଦ୍ୱିପାକ୍ଷିତ ଚର୍ଚ୍ଚା ହୋଇଥିଲା ।’ ଏହି ଚର୍ଚ୍ଚା ସରିବା ପରେ ସେ ମୋଦିଙ୍କ ସହିତ ସେଲଫି ନେଇଥିଲେ । ଯାହାର ଫଟୋ ମଧ୍ୟ ଟ୍ଵିଟ୍‌ କରାଯାଇଛି ।

ଭାରତୀୟ-ଅଷ୍ଟ୍ରେଲିଆ ସମୁଦାୟର ଯୋଗଦାନ ଯୋଗୁଁ ଅଷ୍ଟ୍ରେଲିଆ ଏକ ସୁନ୍ଦର ସ୍ଥାନ ହୋଇପାରିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ମଜବୁତ ହେବ । ଦୁଇ ଦେଶ ନବୀକରଣ ଉର୍ଜାକୁ ପ୍ରୋତ୍ସାହନ ହେବାକୁ ଏକାଠି କାମ କରନ୍ତୁ ।

ମୋଦି ଏହା ପୂର୍ବରୁ ସିଡନୀ ଗସ୍ତ ସମୟରେ ବହୁତ ସୁନ୍ଦର ଆଦାନ ପ୍ରଦାନ ଯୋଗୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

5 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

7 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

8 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

8 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

8 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

10 hours ago