ମୋଦିଙ୍କ ସହିତ ସେଲଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, କହିଲେ ଜି୨୦ ବୈଠକ ସଫଳ

ଜି ୨୦ ସମ୍ମିଳନୀ ସଫଳ ହୋଇଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥେନି ଅଲବିନିଜ କହିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସେଲଫି ନେଇଛନ୍ତି । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆର୍ଥିକ ସହଯୋଗ ବୁଝାମଣା ବିଷୟରେ ଚର୍ଚ୍ଚା ହୋଇଥିଲା ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ଭାରତ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ସମଗ୍ର ବିଶ୍ୱରୁ ନେତା ଆସି ଦିଲ୍ଲୀରେ ଏକତ୍ରିତ ହୋଇଛନ୍ତି । ଜି ୨୦ ସମ୍ମିଳନୀ ସଫଳ ହୋଇଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥେନି ଅଲବିନିଜ କହିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସେଲଫି ନେଇଛନ୍ତି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆଦିଲ୍ଲୀ ଶିଖର ବାର୍ତ୍ତ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଆର୍ଥିକ ସହଯୋଗ ବୁଝାମଣା ବିଷୟରେ ଚର୍ଚ୍ଚା ହୋଇଥିଲା ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।

ସେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆୟୋଜିତ ଜି୨୦ ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣା ବିଷୟରେ ଦ୍ୱିପାକ୍ଷିତ ଚର୍ଚ୍ଚା ହୋଇଥିଲା ।’ ଏହି ଚର୍ଚ୍ଚା ସରିବା ପରେ ସେ ମୋଦିଙ୍କ ସହିତ ସେଲଫି ନେଇଥିଲେ । ଯାହାର ଫଟୋ ମଧ୍ୟ ଟ୍ଵିଟ୍‌ କରାଯାଇଛି ।

ଭାରତୀୟ-ଅଷ୍ଟ୍ରେଲିଆ ସମୁଦାୟର ଯୋଗଦାନ ଯୋଗୁଁ ଅଷ୍ଟ୍ରେଲିଆ ଏକ ସୁନ୍ଦର ସ୍ଥାନ ହୋଇପାରିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ମଜବୁତ ହେବ । ଦୁଇ ଦେଶ ନବୀକରଣ ଉର୍ଜାକୁ ପ୍ରୋତ୍ସାହନ ହେବାକୁ ଏକାଠି କାମ କରନ୍ତୁ ।

ମୋଦି ଏହା ପୂର୍ବରୁ ସିଡନୀ ଗସ୍ତ ସମୟରେ ବହୁତ ସୁନ୍ଦର ଆଦାନ ପ୍ରଦାନ ଯୋଗୁଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।