‘ୱେଲକମ୍‌ ୩’ ଟିଜର ରିଲିଜ, ପୁଣି ଏକାଠି ସ୍କ୍ରିନ ସେୟାର କରିବେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ

ଅକ୍ଷୟ କୁମାର ଜନ୍ମଦିନ ଅବସରରେ ୱେଲକମ୍‌ ୩ର ଟିଜର ରିଲିଜ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଫିଲ୍ମର ଟିଜର ଆଉଟ ସହିତ ଲଞ୍ଚ ଡେଟ୍‌ ମଧ୍ୟ ଘୋଷଣା ହୋଇଛି । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ୨୪ ଜଣ ଷ୍ଟାରକାଷ୍ଟ ଏକାଠି ନଜର ଆସିବେ ।

ଜନ୍ମଦିନ ଅବସରରେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ୫୬ ତମ ଜନ୍ମଦିନ ଅବସରରେ ବହୁ ପ୍ରତିକ୍ଷୀତ ଫିଲ୍ମ ‘ୱେଲକମ୍‌ ଟୁ ଦ ଜଙ୍ଗଲ (ୱେଲକମ୍‌ ୩) ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମର ରିଲିଜ ଡେଟ୍‌ ଏବଂ ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହୋଇଛି । ଫିଲ୍ମର ଟିଜର ଦେଖି ଫ୍ୟାନ୍ସ ବହୁତ ପ୍ରଶଂସା କରୁଛନ୍ତି ।

ଟିଜରରେ ଫିଲ୍ମର ସଂପୂର୍ଣ୍ଣ ଷ୍ଟାରକାଷ୍ଟ ନଜର ଆସିଛନ୍ତି । ଗୋଟିଏ ଫ୍ରେମରେ ଫିଲ୍ମର ପୁରା ଷ୍ଟାରକାଷ୍ଟ ନଜର ଆସୁଛନ୍ତି । ଏଥିରେ ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ଅର୍ଶଦ ୱାରସୀ, ଦିଶା ପାଟନୀ, ରବୀନା ଟଣ୍ଡନ, ଲାରା ଦତ୍ତା, ପରେଶ ରାୱଲ, ଦିଲେର ମେହେନ୍ଦୀ, ମିକା ସିଂହ, ରାଜପାଲ ଯାଦବ, ଜନି ଲିଭରଙ୍କ ସହିତ ବହୁ ନାମୀ କଳାକାର ଦେଖିବାକୁ ମିଳିବେ । ଏହିସବୁ କଳାକାର ଆପଣଙ୍କୁ ହସାଇ ହସାଇ ବେଦମ କରିଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଫିଲ୍ମଟି ଆଗାମୀ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ ହେବ ।

ପ୍ରୋମୋ ସହିତ ଫିଲ୍ମର ରିଲିଜ୍ ଡେଟ୍ ବି ସାମ୍ନାକୁ ଆସିଛି । ଅହମ୍ମଦ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଆଗାମୀ ବର୍ଷ ୨୦ ଡିସେମ୍ବରରେ ରିଲିଜ୍ ହେବ । ଏହି ଫିଲ୍ମର ନିର୍ମାଣ କରୁଛନ୍ତି ଜ୍ୟୋତି ଦେଶପାଣ୍ଡେ ଓ ଫିରୋଜ ନାଡିଆଡୱାଲା । ଟିଜରରେ ଫିଲ୍ମର ସଂପୂର୍ଣ୍ଣ ଷ୍ଟାରକାଷ୍ଟ ଟାଇଟଳ ଗୀତ ଗାଉଥିବାର ନଜର ଆସିଛନ୍ତି । ଦିଶା ପଟାନୀ, ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ ପ୍ରମୁଖ କଳାକାରଙ୍କୁ ଏଥିରେ ନୂଆ ଦେଖିବାକୁ ମିଳିବ । ତେବେ ଦୀର୍ଘ ଦିନ ପରେ ପୁଣି ରବୀନା ଟଣ୍ଡନ ଏବଂ ଅକ୍ଷୟ କୁମାର ଏକାଠି ସ୍କ୍ରିନ ସେୟାର କରିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ୨୪ ଜଣ ସେଲିବ୍ରିଟି ଏକାଠି ନଜର ଆସିବେ ।

ଜନ୍ମଦିନ ଅବସରରେ ମହାକାଳ ଦର୍ଶନ ପାଇଁ ଅକ୍ଷୟ କୁମାର ଯାଇଥିଲେ । ଆଉ ଏହି ଅବସରରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବେ ବୋଲି ଫ୍ୟାନ୍ସ ଆଶା ମଧ୍ୟ କରୁଥିଲେ ।  ନିଜ ପରିବାର ସହିତ ଭଗବାନଙ୍କ ଦର୍ଶନ କରି ଭଷ୍ମ ଆରତୀରେ ସାମିଲ ହୋଇଥିଲେ। କ୍ରିକେଟର ଶିଖର ଧୱନଙ୍କ ସହ ଭଗବାନ ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ଏବଂ ଦେଶର ଉନ୍ନତି ଲାଗି ପ୍ରାର୍ଥନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.