୧୯ ବର୍ଷୀୟ କୋକୋ ଗୌଫ ହେଲେ ୟୁଏସ ଓପନ ଚାମ୍ପିଅନ, ଫାଇନାଲରେ ବିଶ୍ୱର ନଂ ୧ ଖେଳାଳିଙ୍କୁ ହରାଇଲେ

ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ । ୨୦୨୨ ଫ୍ରେଞ୍ଚ ଓପନରେ ଉପବିଜେତା ରହିଥିବା ଗୌଫ ୟୁଏସ ଓପନ ୨୦୨୩ ଟାଇଟଲ ଜିତିଛନ୍ତି ।

ଆମେରିକାର ୧୯ ବର୍ଷୀୟ କୋକୋ ଗୌଫ ୟୁଏସ୍ ଓପନ୍ ୨୦୨୩ର ନୂଆ ଚାମ୍ପିଅନ ହୋଇଛନ୍ତି । ଗୌଫ ବିଶ୍ୱ ନଂ-୧ ଖେଳାଳି ଆର୍ଯ୍ୟନା ସବାଲେଙ୍କାଙ୍କୁ ୨-୬, ୬-୩, ୬-୨ ସେଟରେ ହରାଇଛନ୍ତି । ସେରେନା ଓ୍ଵିଲିୟମ୍ସଙ୍କ ପରେ ଗୌଫ ଦ୍ୱିତୀୟ ଯୁବ ଖେଳାଳି ଭାବରେ ଏହି ସଫଳତା ପାଇଛନ୍ତି । ଗୌଫ ୨୦୨୨ ଫ୍ରେଞ୍ଚ ଓପନରେ ଉପବିଜେତା ରହିଥିଲେ ।

ପ୍ରଥମ ସେଟରେ ସବାଲେଙ୍କା ୪୦ ମିନିଟ୍ରେ ଏହି ସେଟ୍କୁ ଶେଷ କରି ଦେଇଥିଲେ । ଆରମ୍ଭରୁ ଗୌଫଙ୍କ ଉପରେ ଚାପ ପକାଇଥିଲେ ସବାଲେଙ୍କା । ତେବେ ପରବର୍ତ୍ତି ଦୁଇ ସେଟ୍ରେ ଗୌଫ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍କୁ ସବାଲେଙ୍କାଙ୍କ ହାତରୁ ଛଡ଼ାଇ ନେଇଥିଲେ । ଏହି ବିଜୟ ପରେ ଗୌଫଙ୍କୁ ପ୍ରାୟ ୨୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ବହୁତ ଖୁସି ରହିଛନ୍ତି ଗୌଫ ।

ବିଜୟ ପରେ ଗୌଫ କାନ୍ଦି ପକାଇଥିଲେ ଆଉ ତୁରନ୍ତ ଯାଇ ତାଙ୍କ ପିତା-ମାତାଙ୍କୁ ଆଲିଙ୍ଗନ କରିଥିଲେ । ଗୌଫ ସେରେନା ଉଇଲିୟମ୍ସଙ୍କୁ ତାଙ୍କର ଆଦର୍ଶ ମାନୁଥିବା ବେଳେ ମାତ୍ର ୬ ବର୍ଷ ବୟସରେ ସେ ଟେନିସ୍ ଖେଳିବା ଆରମ୍ଭ କରିଥିଲେ । ତେବେ ସେରେନା ଓ୍ଵିଲିୟମ୍ସଙ୍କ ପରେ ଗୌଫ ଦ୍ୱିତୀୟ ଯୁବ ଖେଳାଳି ଭାବରେ ଏହି ସଫଳତା ପାଇଛନ୍ତି । ୧୯୯୯ରେ ସେରେନା ମାତ୍ର ୧୮ ବର୍ଷ ବୟସରେ ୟୁଏସ୍ ଓପନ ଜିତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.