Below header

ନଦୀରେ ବୁଡିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ

ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ପାଡୁଆ ଥାନା ଅନ୍ତର୍ଗତ ଗଲଗୁଣ୍ଡା ଗାଁର ଜୟଖିଲ l କୋରାପୁଟ ପାତାଳି ନଦୀରେ ଏହି ଅଘଟଣ ଘଟିଛି।

 କୋରାପୁଟ (କେନ୍ୟୁଜ): ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ନିଖୋଜ ବ୍ୟକ୍ତି ପାଡୁଆ ଥାନା ଅନ୍ତର୍ଗତ ଗଲଗୁଣ୍ଡା ଗାଁର ଜୟଖିଲ l କୋରାପୁଟ ପାତାଳି ନଦୀରେ ଏହି ଅଘଟଣ ଘଟିଛି।

ଗତକାଲି ଜୟ ଖିଲ ଗଲୁର ଗାଁକୁ ଯାଇ ଦେଶୀଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ ପାତାଳି ନଦୀରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ଥିବା ଆଉ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ପହଁରି ପହଁରି କୂଳକୁ ଚାଲିଆସିଥିଲେ। ତେବେ ଜୟ ନିଖୋଜ ହୋଇଯାଇଥିଲେ। ଗଲଗୁଣ୍ଡା ଗାଁଲୋକ ନଦୀ କୂଳରେ ଖୋଜିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଖବର ପାଇ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.