ଦେଶ ବିଦେଶ

ଅଷ୍ଟ୍ରେଲିଆ ସଂସଦରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ବରୁଣ, ଗୀତା ଛୁଇଁ ନେଲେ ଅଷ୍ଟ୍ରେଲିଆ ସିନେଟର ଶପଥ

ଅଷ୍ଟ୍ରେଲିଆ ସଂସଦରେ ଭଗବଦ୍ ଗୀତା ଛୁଇଁ ଅଷ୍ଟ୍ରେଲିଆ ସିନେଟର୍ ଭାବେ ଶପଥ ନେଇଛନ୍ତି ବାରିଷ୍ଟର ବରୁଣ ଘୋଷ । ବରୁଣ ଭଗବଦ୍‌ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ । ସେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ସଦସ୍ୟ ଭାବେ ଏମିତି କରିଛନ୍ତି । ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ତାଙ୍କୁ ଅଷ୍ଟ୍ରେଲିଆର ନୂଆ ସିନେଟର୍ ଭାବେ ନିର୍ବାଚିତ କରାଯାଇଛି ।

ଅଷ୍ଟ୍ରେଲିଆ ସଂସଦରେ ଏହା ପ୍ରଥମ ଘଟଣା । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ଶପଥ ନେଇଥିଲେ ବାରିଷ୍ଟର ବରୁଣ ଘୋଷ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ବରୁଣଙ୍କ ଜନ୍ମ ଭାରତରେ ହୋଇଛି ।

ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନୀ ଓ୍ୱାଙ୍ଗ, ବରୁଣ ଘୋଷଙ୍କୁ ସ୍ୱାଗତ କରି ସୋସିଆଲ ମିଡିଆ X ରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ସ୍ୱାଗତ । ଆପଣ ଲେବର ସିନେଟ୍ ଟିମରେ ଅଛନ୍ତି । ମୁଁ ଜାଣିଛି ଯେ, ସିନେଟ୍ ବରୁଣ ଘୋଷ ନିଜ ସମ୍ପ୍ରଦାୟ ଓ ପଶ୍ଚିମ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବେ । ତାଙ୍କ ପାଇଁ ଦୃଢ଼ ସ୍ୱର ଉଠାଇବେ ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇ ସ୍ୱାଗତ କରିଛନ୍ତି ।

କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାମ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ । ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ । ସିନେଟର୍ ବରୁଣ ଘୋଷ ପେସାରେ ଜଣେ ଓକିଲ । ସେ ପଶ୍ଚିମ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍ରେ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ୧୯୮୦ରେ ଯେତେବେଳେ ତାଙ୍କ ବାପା-ମା’ ଭାରତ ଛାଡିଥିଲେ ।

Swagatika

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

7 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago