ଅଷ୍ଟ୍ରେଲିଆ ସଂସଦରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ବରୁଣ, ଗୀତା ଛୁଇଁ ନେଲେ ଅଷ୍ଟ୍ରେଲିଆ ସିନେଟର ଶପଥ
ଅଷ୍ଟ୍ରେଲିଆ ସଂସଦରେ ଏହା ପ୍ରଥମ ଘଟଣା । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ଶପଥ ନେଇଥିଲେ ବାରିଷ୍ଟର ବରୁଣ ଘୋଷ । ତାଙ୍କୁ ଅଷ୍ଟ୍ରେଲିଆର ନୂଆ ସିନେଟର୍ ଭାବେ ନିର୍ବାଚିତ କରାଯାଇଛି ।

ଅଷ୍ଟ୍ରେଲିଆ ସଂସଦରେ ଭଗବଦ୍ ଗୀତା ଛୁଇଁ ଅଷ୍ଟ୍ରେଲିଆ ସିନେଟର୍ ଭାବେ ଶପଥ ନେଇଛନ୍ତି ବାରିଷ୍ଟର ବରୁଣ ଘୋଷ । ବରୁଣ ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ନେଇଥିଲେ । ସେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ସଦସ୍ୟ ଭାବେ ଏମିତି କରିଛନ୍ତି । ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ତାଙ୍କୁ ଅଷ୍ଟ୍ରେଲିଆର ନୂଆ ସିନେଟର୍ ଭାବେ ନିର୍ବାଚିତ କରାଯାଇଛି ।
ଅଷ୍ଟ୍ରେଲିଆ ସଂସଦରେ ଏହା ପ୍ରଥମ ଘଟଣା । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ସଂସଦରେ ପ୍ରଥମ ଥର ପାଇଁ ଗୀତା ଛୁଇଁ ଶପଥ ନେଇଥିଲେ ବାରିଷ୍ଟର ବରୁଣ ଘୋଷ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ବରୁଣଙ୍କ ଜନ୍ମ ଭାରତରେ ହୋଇଛି ।
ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନୀ ଓ୍ୱାଙ୍ଗ, ବରୁଣ ଘୋଷଙ୍କୁ ସ୍ୱାଗତ କରି ସୋସିଆଲ ମିଡିଆ X ରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ସ୍ୱାଗତ । ଆପଣ ଲେବର ସିନେଟ୍ ଟିମରେ ଅଛନ୍ତି । ମୁଁ ଜାଣିଛି ଯେ, ସିନେଟ୍ ବରୁଣ ଘୋଷ ନିଜ ସମ୍ପ୍ରଦାୟ ଓ ପଶ୍ଚିମ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବେ । ତାଙ୍କ ପାଇଁ ଦୃଢ଼ ସ୍ୱର ଉଠାଇବେ ।
Welcome to Varun Ghosh, our newest Senator from Western Australia.
Senator Ghosh is the first ever Australian Senator sworn in on the Bhagavad Gita.
I have often said, when you’re the first at something, you’ve got to make sure you’re not the last. pic.twitter.com/kTLUZsx0iX
— Senator Penny Wong (@SenatorWong) February 6, 2024
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇ ସ୍ୱାଗତ କରିଛନ୍ତି ।
କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାମ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ । ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ । ସିନେଟର୍ ବରୁଣ ଘୋଷ ପେସାରେ ଜଣେ ଓକିଲ । ସେ ପଶ୍ଚିମ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍ରେ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ୧୯୮୦ରେ ଯେତେବେଳେ ତାଙ୍କ ବାପା-ମା’ ଭାରତ ଛାଡିଥିଲେ ।